ହରିଚାଁଦ ଠାକୁର ଓ ମତୁୟାଧର୍ମ [Harichand Thakur O Matuya Dharma (Odiya)]

ହରିଚାଁଦ ଠାକୁର ଓ ମତୁୟାଧର୍ମ
ସୁଧୀର ରଞ୍ଜନ ହାଲଦାର

କିଛି କଥା
ହରିଚାଁଦ ଠାକୁର ଏବ˚ ମତୁୟାଧର୍ମ ସମ୍ପର୍କରେ କିଛି ଲେଖିବାକୁ ମୋର ଇଚ୍ଛା ଏହି କାରଣରେ ହେଲା ଯେ, ଅଧିକାଂଶ ମତୁୟା ଭାଇମାନେ  ହରିଚାଁଦ ଠାକୁର ପ୍ରବର୍ତିତ ମତୁୟାଧର୍ମ ଯେ ପ୍ରକୃତରେ ଅବୈଦିକ ତାହା ଭୁଲି ଯାଇଛନ୍ତି। ସେମାନେ ମତୁୟାଧର୍ମକୁ ହିନ୍ଦୁଧର୍ମ ସାଙ୍ଗରେ ମିଶାଇ ଦେଇଛନ୍ତି। ଯେମାନେ ମତୁୟା ନୁହନ୍ତି, କିନ୍ତୁ ହରିଚାଁଦ ଠାକୁରଙ୍କ ପ୍ରତି ଆକୃଷ୍ଟ, ସେମାନେ ମଧ୍ୟ ଭାବିଛନ୍ତି ମତୁୟାଧର୍ମ ହିନ୍ଦୁଧର୍ମର ଗୋଟିଏ ଶାଖା ମାତ୍ର। ଏଥି ପାଇଁ ସେମାନେ ହରିଚାଁଦ ଠାକୁରକୁ ବୈଦିକଧର୍ମର ତଥାକଥିତ ବିଷ୍ଣୁଙ୍କ ଅବତାର ରାମ, କୃଷ୍ଣ, ଗୌରାଙ୍ଗ ପ୍ରମୁଖଙ୍କ ଉତ୍ତରସୂରି ଭାବିଛନ୍ତି। ଅବଶ୍ୟ ହରିଚାଁଦ ଠାକୁରଙ୍କ ଜୀବନୀକାର ତାରକଚନ୍ଦ୍ର ସରକାର ସେହିପରି ଭାବରେ ବର୍ଣନା କରିଛନ୍ତି। ମତୁୟା ଭାଇ-ଭଉଣୀ ମାନନ୍କୁ ସେହି କଥା କହିବା ପାଇଁ ଏହି ପୁସ୍ତକ ଲେଖିବା ପାଇଁ ମୋର ପ୍ରୟାସ।
ଦେଶଭାଗ ହେତୁ ପୂର୍ବ ଓ ପଶ୍ଚିମବଙ୍ଗର ବାହାରେ ଭାରତର ଅନ୍ୟାନ୍ୟ ସବୁ ରାଜ୍ୟରେ ମଧ୍ୟ ପ୍ରଚୁର ସଂଖ୍ୟକ ମତୁୟା ଭକ୍ତମାନେ ଆସି ବସହାସ କରିଛନ୍ତି। ସେମାନଂକ ବର୍ତମାନ ପ୍ରଜନ୍ମ ବଂଲାଭାଷା ଜାଣି ନାହାନ୍ତି। ସେଥି ପାଇଁ ମତୁୟାଧର୍ମ ସମ୍ପର୍କରେ ସେମାନଙ୍କ ଧାରଣା ଆହୁରି ଶୋଚନୀୟ। କାରଣ ସେମାନେ ମତୁୟାଧର୍ମ ସମ୍ପର୍କିତ ବଂଲାରେ ଲେଖା କୌଣସି ବହି ପଢ଼ି ପାରି ନାହାନ୍ତି। ପିତାମାତା କିଂବା ଅଜା-ଆଇମା ପାଖରୁ ଶୁଣି ଶୁଣି ମତୁୟାଧର୍ମକୁ ସେମାନେ ପୁରାପୁରି ହିନ୍ଦୁଧର୍ମର ଅବିଚ୍ଛେଦ୍ୟ ଅଂଗ ବୋଲି ଭାବୀ ନେଇଛନ୍ତି। ଛାତ୍ତିଶଗଢ଼ ଓ ଓଡ଼ିଶାର କିଛି ଅଞ୍ଚଳ ବୁଲି ମୋର ସେହି ଧାରଣା ଜନ୍ମିଛି। ସେଥିପାଇଁ ଏହି ପୁସ୍ତକ ଓଡ଼ିଆ ଭାଷାରେ ଲେଖା ଯାଇଛି।
ସୁଧୀର ରଞ୍ଜନ ହାଲଦାର
ମୋବାଇଲ : 9433814298/7407103432 (ଓଡିଶା): 8658028874
ଇ-ମେଲ :  sudhirranjanhalder2@gmail.com


ପ୍ରଥମ ପରିଚଛେଦ 
ମହାବୀର ଜୈନ,ଗୌତମ ବୁଦ୍ଧ, ଗୁରୁ ନାନକ କର୍ତୃକ ଭାରତରେ ଯେପରି ବ୍ରାହ୍ମନ୍ୟ ଅର୍ଥାତ୍ ବୈଦିକ ତଥା ହିନ୍ଦୁଧର୍ମର ବିରୁଦ୍ଧରେ ପ୍ରତିବାଦୀ ଧର୍ମ ହିସାବରେ ଜୈନ, ବୌଦ୍ଧ, ଶିଖ ଇତ୍ୟାଦି ଗୋଟିଏ ଗୋଟିଏ ଧର୍ମର ସୃଷ୍ଟି ହୋଇଛି, ଠିକ ସେହିପରି ଭାବରେ ହରିଚାଁଦ ଠାକୁରଙ୍କ ଦ୍ବାରା ବ୍ରାହ୍ମଣ୍ୟଧର୍ମର ବିରୁଦ୍ଧରେ ପ୍ରତିବାଦୀ ଧର୍ମ ହିସାବରେ ଅବୈଦକ ମତୁୟାଧର୍ମର ମଧ୍ୟ ସୃଷ୍ଟି ହୋଇଛି। ହରିଚାଁଦ ଠାକୁର୍ ଓ ତାଙ୍କ ପୁତ୍ର ଗୁରୁଚାଁଦ ଠାକୁର ଆମରଣ ସେହି ଧର୍ମର (ଅର୍ଥାତ୍ ମତୁୟା ଧର୍ମର) ପ୍ରଚାର ଓ ପ୍ରସାର କାର୍ଯରେ ଆତ୍ମନିୟୋଗ କରିଥିଲେ। କିନ୍ତୁ ଦୁଃଖର ବିଷୟ ହେଲା ଜୈନ, ବୌଦ୍ଧ, ଏବଂ ଶିଖ ଧର୍ମର ଲୋକମାନେ ଯେପରି ବ୍ରହ୍ମଣ୍ୟଧର୍ମର ପ୍ରଭାବରୁ ସମ୍ପୁର୍ଣ ମୁକ୍ତ ହୋଇ ନିଜସ୍ବ ଧର୍ମୀୟ ଆଚାର-ଆଚରଣକୁ ପାଳନ କରିଥାଏ, ମତୁୟାଧର୍ମର ଲୋକମାନେ ସେହି ପରି କରନ୍ତି ନାହିଁ।  ସେମାନେ ଅଧିକାଂଶ ବୈଦିକଧର୍ମର ଆଚାର ପାଲନ କରି ଚାଲିଛନ୍ତି। ହରି-ଗୁରୁଚାଁଦ ଠାକୁର ବେଦ, ବ୍ରାହ୍ମଣ୍ୟଧର୍ମ, ଜାତପାତ, ସ୍ବର୍ଗଯାତ୍ରା, ଆତ୍ମାର ଶାନ୍ତି ଇତ୍ୟାଦି ବିଷୟ ଗୁଡ଼ିକର ବିରୋଧ କରିଥିଲେ। ପ୍ରକୃତରେ ଏହି ବିଷୟ ଗୁଡ଼ିକର ବିରୋଧିତା ଉପରେ ଭିତ୍ତି କରି ସୃସ୍ଟି ହୋଇଥିଲା ମତୁୟାଧର୍ମ। ଏହି ବୈଶିଷ୍ଟ ଗୁଡ଼ିକୁ ହରିଚାଁଦ ଠାକୁର ତାଙ୍କ କର୍ମଜୀବନରେ ଯେପରି ଦେଖାଇ ଯାଇଛନ୍ତି, ସେହିପରି ତାଂକ ଲୀଲାଗ୍ରନ୍ଥରେ ମଧ୍ୟ ତାରକଚନ୍ଦ୍ର ସରକାର ଲିଖିତ ଆକାରରେ ରୂପ ଦେଇଛନ୍ତି। ଅବଶ୍ୟ ସେହି ଗ୍ରନ୍ଥରେ ତାରକଚନ୍ଦ୍ର ସ୍ବବିରୋଧୀ ଉକ୍ତି ଦ୍ବାରା ବୈଦିକ ଚିନ୍ତାଧାରାକୁ ମଧ୍ୟ ସମାନ ଭାବରେ ଅନ୍ତର୍ଭୂକ୍ତ କରି ଗୋଟିଏ ବିଚିତ୍ର ଅବସ୍ଥାର ସୃଷ୍ଟି କରିଛନ୍ତି।
ହରିଚାଁଦ ଠାକୁର ଓ ତାଂକ ପ୍ରବର୍ତିତ ମତୁୟାଧର୍ମର କଥା କହିବା ପୂର୍ବରେ ବଙ୍ଗଦେଶ ଅର୍ଥାତ୍ ବର୍ତମାନ ଦୁଇ ବାଂଲା, ବାଂଲାଦେଶଓ ପଶ୍ଚିମବଂଗର ସେହି ସମୟର ସାମାଜିକ, ଅର୍ଥନୈତିକ ଓ ଧର୍ମୀୟ ଅବସ୍ଥା ସମ୍ପର୍କରେ ଯେପରି ଜାଣିବା ଦରକାର, ସେହିପରି ଭାରତର ପ୍ରାଚୀନ ଚର୍ମ ସମ୍ପର୍କରେ ମଧ୍ୟ ଜାଣିବା ଲାରକାର। ଇତିହାସରୁ ଆମେ ଯେତିକି ଜାଣି ପାରିଛୁ, ସେଥିରୁ ସଂକ୍ଷେପରେ କେତୋଟି କଥା କହିବି।
ଆର୍ଯ-ପୂର୍ବ ଭାରତରେ ପ୍ରାଚୀନ କାଳରୁ ଗୋଟିଏ ଉନ୍ନତ ସଭ୍ୟତା ଗଡ଼ି ଉଠିଥିଲା।sehi ସଭ୍ୟତା ସିନ୍ଧୁସଭ୍ୟତା ନାମରେ ଖ୍ୟାତ। ସେହି ସମୟର ଲୋକମାନେ ପ୍ରକୃତି ପୂଜରୀ ଥିଲେ। ସେତେବେଳେ ସ୍ବାଭାବିକ ନିୟମରେ ନ୍ୟାୟ-ନୈତିକତା ଏବଂ ସାମ୍ୟକୁ ଭିତ୍ତି କରି ଯେଉଁ ଧର୍ମ ଗଡ଼ି ଉଠିଥିଲା ସେହି ଆଦି ଧର୍ମର ନାମ ଥିଲା ସନାତନଧର୍ମ। ସେହି ଧର୍ମରେ କୌଣସି ବର୍ଣ ବିଭାଗ ନ ଥିଲା। ଜନ୍ମଗତ କାରଣରୁ କେହି ଉଚ୍ଚ କିଂବା ନୀଯ ଥିଲେ ନାହିଁ। ସେହି ସମୟରେ ବହୁତ ଜ୍ଞାନୀ-ଗୁଣୀ ଲୋକମାନେ ଜନ୍ମିଥିଲେ। ସେମାନଙ୍କୁ ବୁଦ୍ଧ କୁହା ଯାଇଥିଲା। ସମାଜରେ ଶାନ୍ତି-ଶୃଙ୍ଖଳା ରଖିବା ଏବଂ ମାନବିକ ଉନ୍ନତି ପାଇଁ ସେମାନେ ଧର୍ମୀୟ ନିୟମନୀତି ଠିକ କରିଥାନ୍ତି। ଆର୍ଯ-ପୂର୍ବ ଭାରତରେ ଏହି ପରି ୨୭ ଜନ ବୁଦ୍ଧଙ୍କ ନାମ ଜଣା ଯାଏ।
ଆର୍ଯମାନେ ଭାରତରେ ଆସି ଭାରତୀୟ ସଭ୍ୟତାକୁ ଧ୍ବଂସ କରିଥିଲେ। ମୂଲନିବାସୀ ଭାରତୀୟଙ୍କ ସମ୍ପଦ, ସମ୍ପତ୍ତି ସବୁ ଲୁଟି ନେଇଥିଲେ। ନ୍ୟାୟ-ନୈତିକତା ଏବଂ ସାମ୍ୟ ଭିତ୍ତିରେ ଗଡ଼ି ଉଠିଥିବା ସନାତନଧର୍ମକୁ ଧ୍ବଂସ କରି ସେମାନେ ସମାଜକୁ ଇଚ୍ଛ ନୀଚ ସ୍ତରରେ ଭାଙ୍ଗି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏହି ଚାରି ବର୍ଣରେ ଭାଗ କରି ନୂଆ ଧର୍ମର ପ୍ରଚଲାନ କଲେ। ବ୍ରାହ୍ମଣକୁ ସବୁଠୁ ଉଚ୍ଚ ସ୍ଥାନରେ, କାପରେ କ୍ଷତ୍ରିୟ, ତାପରେ ବୈଶ୍ୟଏବଂ ସବୁଠୁ ନୀଚେ ଶୂଦ୍ରକୁ ରଖା ହେଲା। ଶୂଦ୍ରକୁ ପୁଣି ଅସଂଖ୍ୟ ଜାତିରେ ବିଭକ୍ତ କରା ହେଇଛି। କାହାକୁ ଅସ୍ପୃଶ୍ୟ ମଧ୍ୟ କରା ଯାଇଛି। ସବୁ ବର୍ଣ ଆଉ ଜାତିର କର୍ମକୁ ମଧ୍ୟ ନିର୍ଦିଷ୍ଟ କରି ଦିୟା ଯାଇଛି। ଶୂଦ୍ର ଏବଂ ଅସ୍ପୃଶ୍ୟ ମାନଂକ ଶିକ୍ଷା, ସମ୍ପତ୍ତି ଓ ଅନ୍ୟାନ୍ୟ ଅଧିକାରକୁ ବଂଚିତ କର ଗଲା। ଫଳରେ ସେମାନେ ଅମାନବିକତାର ଶିକାର ହୋଇ ପଶୁପରି ଜୀବନ ଯାପନକରିବାକୁ ବାଧ୍ୟ ହେଲେ। ବ୍ରାହ୍ମଣ ସବୁଠୁ ଉଚ୍ଚରେ ରହିଛି ବୋଲି ଏହି ଧର୍ମକୁ ବ୍ରାହ୍ମଣ୍ୟଧର୍ମ କୁହା ଯାଏ। ସେହି ସମୟରେ ସେମାନଂକ ଧର୍ମଗ୍ରନ୍ଥ ବେଦ ରଚନା ହୋଇଥିଲା ବୋଲି ସେହି ଧର୍ମକୁ ବୈଦିକଧର୍ମ ମଧ୍ୟ କୁହ ଯାଏ।
ଗୌତମ ବୁଦ୍ଧଙ୍କ ବୌଦ୍ଧଧମ୍ମ  ପ୍ରଚାରିତ ହେଲେ ସେହି ଧର୍ମର ନ୍ୟାୟ ନୈତିକତା, ସାମ୍ୟ, ମୈତ୍ରୀ ଓ ସ୍ବାଧିନତାର ଉଦାରତାକୁ ଦେଖି ଅଧିକାଂଶ ଭାରତୀୟ ମାନେ ମୁଗ୍ଧ ହୋଇଥିଲେ। ଭାରତର ବିଭିନ୍ନ ରାଜବଂଶ ବୌଦ୍ଧ ଧର୍ମରେ ଦୀକ୍ଷିତ ହେବା ଫଳରେ ଅଧିକାଂଶ ଭାରତୀୟ ମାନେ ମଧ୍ୟ ବୌଦ୍ଧ ଧର୍ମ ଗ୍ରହଣ କଲେ। ସବୁଠାରୁ ଶ୍ରେଷ୍ଠ ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରି ସେହି ଧର୍ମକୁ ଦେଶ-ବିଦେଶରେ ପ୍ରଚାର କରିବାକୁ ମନୋନିବେଶ କଲେ। ଫଳରେ ବ୍ରାହ୍ମଣ ମାନଂକ  ଏକଛତ୍ର କ୍ଷମତା ଆଉ ଅଧିକାର ଭୋଗର ସମାପ୍ତି ଘଟିଲା। ଦେଶରେ ପୁଣି ନ୍ୟାୟ ନୈତିକତା ଓ ସାମାଜିକ ସାମ୍ୟ ଫେରି ଆସିଲା।
ସମ୍ରାଟ ଅଶୋକଂକ ଶାସନ କାଳରେ ବ୍ରାହ୍ମଣ ମାନଂକ ସବୁଠାରୁ ଉଚ୍ଚ ଆସନରେ ରହିବା ଓ ମନଖୁସୀ ଅଧିକାର ଭୋଗ କରିବାର ସମାପ୍ତି ଘଟିଥିଲା। ବ୍ରାହ୍ମଣ୍ୟଧର୍ମ ମଧ୍ୟ ଅବଦମିତ ହେଲା। ଏଥିରେ ବ୍ରାହ୍ମଣ ମାନେ ରାଗୀ ଗଲେ ମଧ୍ୟ ରାଜଶକ୍ତି ଭୟରେ କିଛି କରିବାକୁ ନ ଥିଲା। ଶେଷରେ ଅଶୋକଂକ ବଂଶଧର ବୃହଦ୍ରଥକୁ ହତ୍ୟ କରି ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ମଗଧର ସିଂହାସନ ଦାଖଲ କରିବାରୁ ଅବଦମିତ ବ୍ରାହ୍ମଣ୍ୟଧର୍ମ ପୁଣି ମୁଣ୍ଡ ଟେକିଲା ପୁଷ୍ୟମିତ୍ର ବୌଦ୍ଧ ଧର୍ମ ପ୍ରତି ପ୍ରଚଣ୍ଡ ନିର୍ଯାତନ ଚଳାଇଥିଲେ। ଦେଶରୁ ବୌଦ୍ଧଧର୍ମକୁ ନିଷିଦ୍ଧ କରା ହେଲା। ବୌଦ୍ଧଭିକ୍ଷୁ ମାନଂକୁ ନୃଶଂସ ଭାବରେ ହତ୍ୟ କରା ହେଲା। ବହୁତ ଭିକ୍ଷୁ ନେପାଲ୍, ଭୁଟାନ ଆଉ ଦୁର୍ଗମ ପାହାଡ଼ି ଅଂଚଳରେ ପଳାଇ ଗଲେ। ଏହିପରି ଭାରତରେ ବୌଦ୍ଧଧର୍ମର ପତନ ହେଲା।
ପୁଷ୍ୟମିତ୍ରଂକ ଶାସନ କାଳରେ ବ୍ରାହ୍ମଣ୍ୟଧର୍ମ ପୁଣି ଆହୁରି କଠୋର ଅବସ୍ଥାଆନ ନେଇ ଫେରି ଆସିଥିଲା। ସେହି ସମୟରେ ପୁଷ୍ୟମିତ୍ରଂକ ଆଦେଶରେ ସୁମତି ଭାର୍ଗବ ନାମକ ଜଣେ ବ୍ରାହ୍ମଣ କର୍ତୃକ ନୂଆ ଭାବରେ ବ୍ରହ୍ମାନ୍ୟଧର୍ମର ସଂବିଧାନ ମନୁସଂହିତା ବା ମନୁସ୍ମୃତି ଲିଖିତ ହୁଏ। ଚତୁର୍ବର୍ଣ ଓ ଜାତିପ୍ରଥା ଆହୁରି କଠୋର ଅବସ୍ଥାନକୁ ଫେରି ଆସିଲା।ମୁସ୍ଟିମେୟ ବ୍ରାହ୍ମଣ ମାନେ ସାହୁ ଅଧିକାର ଭୋଗ କରିବାକୁ ସମାଜର ଅଧିକାଂଶ ମଣିଷ ଶୂଦ୍ର ଆଉ ଅସ୍ପୃଶ୍ୟ ହୋଇ ଅଧିକାରହୀନ ଅବସ୍ଥାରେ ଦୁର୍ବିସହ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଥିଲା।
ଭାରତବର୍ଷର ସର୍ବତ୍ର ବୌଦ୍ଧଧର୍ମକୁ ନିଶ୍ଚିହ୍ନ କରି ବ୍ରାହ୍ମନ୍ୟଧର୍ମର ବିସ୍ତାର ହେଲେ ମଧ୍ୟ ପାଲରଜା ମାନଂକ ଶାସନ କାଳ ପର୍ଯନ୍ତ ବଂଗଦେଶରେ ବୌଦ୍ଧଧର୍ମର ପ୍ରଭାବ ଅତୁଟ ଥିଲା। କାରଣ ପାଲରଜା ମନେ ଥିଲେ ବୌଦ୍ଧଧର୍ମାବଲମ୍ବୀ। ପାଲରଜା ମାନଂକୁ ଯୁଦ୍ଧରେ ହରାଇ କର୍ଣାଟକର ବ୍ରାହ୍ମଣ ରାଜା ବିଜଯ ସେନ ବଂଗଦେଶ ଦାଖଲ କରିବା ପରେ ସେଠାରେ ମଧ୍ୟ ବ୍ରାହ୍ମନ୍ୟଧର୍ମର ବିସ୍ତାର ଆରମ୍ଭ ହେଲା। ଖ୍ରୀଷ୍ତୀୟ ପଂଚମ ଶତାବ୍ଦୀରେ ବ୍ରାହ୍ମନ୍ୟଧର୍ମର ପୃଷ୍ଠପୋଷକ ଗୁପ୍ତବଂଶୀୟ ସମ୍ରାଟମାନଂକ ସହାୟତାରେ ବଂଗଦେଶରେ ସର୍ବପ୍ରଥମ ବ୍ରାହ୍ମଣମାନଂକୁ ପୁନର୍ବାସନ କାର୍ଯକ୍ରମ ଆରମ୍ଭ ହୋଇଥିଲା। ଆର୍ଯାବର୍ତର ବ୍ରାହ୍ମଣମାନଂକୁ ବଂଗଦେଶରେ ଆଣି ଭୂମି ଦେଇ ବୃତ୍ତି ଦେଇ ପୁନର୍ବାସନ ଦିୟା ଗଲା, ଯେପରି ସେମାନେ ଆର୍ଯବର୍ଜିତ ବଂଗଦେଶରେ ବୈଦିକ ଓ ପୌରାଣିକ ବ୍ରାହ୍ମନ୍ୟଧର୍ମ ପ୍ରତିସ୍ଥିତ କରି ପାରେ। ଧୀରେ ଧୀରେ ସେମାନଂକ ସେହି ପ୍ରଚେଷ୍ଟା ସଫଳତା ଲାଭ କଲା। ରାଜା ବିଜଯ ସେନର ଶାସନ କାଳରେ ସମଗ୍ର ବନ୍ଗଦେଶରେ ବ୍ରାହ୍ମନ୍ୟଧର୍ମ ପ୍ରତିଷ୍ଠିତ ହୋଇ ଗଲା।
ବଂଗଦେଶର ନମଃଜାତି ବୌଦ୍ଧଧର୍ମାବଲମ୍ବୀ ଥିଲେ। ସେମାନେ ଶୌର୍ଯବୀର୍ଯ ପାଇଁ ବିଖ୍ୟାତ ଥିଲେ। ରାଜକାର୍ଯ, ସେନାବାହିନୀ ଆଦି ଗୁରୁତ୍ବପୂର୍ଣ ପଦରେ ସେମାନେ ଅଧିଷ୍ଠିତ ଥିଲେ। ବୌଦ୍ଧଧର୍ମୀ ପାଲରାଜାମାନେ ମଧ୍ୟ ନମଃଜାତିର ଲୋକ ଥିଲେ। 
ବଂଗଦେଶର ଯେଉଁମାନେ ବ୍ରାହ୍ମନ୍ୟଧର୍ମରେ ଯୋଗଦାନ କଲେ ସେମାନଂକୁ ଶୂଦ୍ର ବର୍ଣରେ ସ୍ଥାନ ଦିୟା ଗଲା। ମାହିଷ୍ୟ, କପାଲି, ରାଜବଂଶୀ, ପୌଣ୍ଡ୍ର, କୈବର୍ତ, ତେଲି, ମାଲି, ଭୁଁଇମାଲି, କାୟସ୍ଥ ପ୍ରଭୃତି ଏହିପରି ବୈଦିକଧର୍ମର ଆଶ୍ରୟ ନେଲେ। କିଂତୁ ଅଧିକ ଜନଗୋଷ୍ଠୀ ସମ୍ହଳିତ ନମଃଜାତି ବୈଦିକଧର୍ମ ଗ୍ରହଣ କରିବାକୁ ଅସ୍ବୀକାର କଲେ ଏବଂ ରାଜାଂକ ଭୟରେ ଭୀତ ହୋଇ ବନଜଙ୍ଗଲରେ, ଖାଲବିଳ, ନଦୀନାଳା ସମନ୍ବିତ ଦୁର୍ଗମ ଅଂଚଳର ଜଲାଭୂମିରେ ଯାଇ ଆଶ୍ରୟ ନେଲେ। ବର୍ତମାନ କାଳର ଯଶୋହର, ବରିଶାଲ, ଖୁଲନା, ଫରିଦପୁର, ଢାକା, ମାୟମନସିଂହ ଇତ୍ୟାଦି ଜିଲ୍ଲା  ସେହି ଅଂଚଳର ଅନ୍ତର୍ଭୂକ୍ତ। ନୂଆ ପୁନର୍ବସିତ ବ୍ରାହ୍ମଣ ମାନେ ପୂର୍ବରୁ ସେମାନଂକୁ ବୈଦିକିକରଣ  କରିବାକୁ ନ ପାରି ଚଣ୍ଡାଲ ବୋଲି ଗାଲି ଦେଇ ଅସ୍ପୃଶ୍ୟ କରି ରଖିଥିଲେ। ରାଜା ବଲ୍ଲାଲ ସେନ ସେମାନଂକୁ ଚଣ୍ଡାଲ ନାମ ପାକାପାକି କରି ଚିରସ୍ଥାୟୀ ଭାବରେ ଅସ୍ପୃଶ୍ୟ କରି ରଖିବାକୁ ବନ୍ଦୋବସ୍ତ କଲେ।
ଚଣ୍ଡାଲ ନାମକରଣର ଫଳରେ ନମଃଜାତି ଅନ୍ୟାନ୍ୟ ସବୁ ଜାତି ପାଖରେ ଅସ୍ପୃଶ୍ୟ ଓ ଘୃଣିତ ହୋଇ ପଡ଼େ। ସେମାନେ ରାଜଶକ୍ତି ଭୟରେ ନିଜର ଧର୍ମ (ବୌଦ୍ଧଧର୍ମ) ପାଳନ କରିବାକୁ ମଧ୍ୟ ଅକ୍ଷମ ଥିଲେ।  ଶିକ୍ଷା ଓ ଧର୍ମୀୟ ଅଧିକାର୍ ସହ ସମସ୍ତ ମାନବାଧିକାରରୁ ବଂଚିତ ହୋଇ ପଡ଼ିଥିଲେ ଏବଂ ପତିତ ଜାତି ହିସାବରେ ବାସ କରିଥିଲେ। ବହୁଦିନ ଧରି ଧର୍ମୀୟ ଆଚାର ପାଳନ ବ କରିବାରୁ ଏକ ସମୟରେ ସେମାନେ ନିଜଧର୍ମକୁ ଭୁଲି ଗଲେ ଏବଂ ଧୀରେ ଧୀରେ ନିଜକୁ ହିନ୍ଦୁ ଭାବିବାକୁ ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ବ୍ରାହ୍ମଣମାନଂକ ପ୍ରରୋଚନାରେ ଆସ୍ତେ ଆସ୍ତେ କେତେକ ପୁରୁଷ ପରେ ସେମାନେ ହିନ୍ଦୁମାନଂକୁ ଅନୁସରଣ କରି ପୂଜପାର୍ବଣ, ଶ୍ରାଦ୍ଧକ୍ରିୟା ଆଦି ବୈଦିକ କ୍ରିୟାରେ ଅଂଶଗ୍ରହଣ କରିବାକୁ ଆରମ୍ଭ କଲେ ମଧ୍ୟ ସେମାନଂକ ନିଜସ୍ବ ଆଚାର-ଅନୁଷ୍ଠାନ କିଛି କିଛି ରହି ଯାଇଥିଲା। ସେଥିପାଇଁ ଅନ୍ୟସବୁ ହିନ୍ଦୁସମ୍ପ୍ରଦାୟ ସାଂଗରେ ସେମାନଂକ ବହୁତ ଆଚାର-ଅନୁସ୍ଠାନର ଅମିଳ ଦେଖା ଯାଏ।
ହରିଚାଁଦ ଠାକୁରଂକ ଜନ୍ମ ସମୟରେ ଅର୍ଥାତ୍ ଊନବିଂଶ ଶତାବ୍ଦୀରେ ପ୍ରଥମ ଦିଗରେ ବୈଦିକଧର୍ମ ଅନୁସାରୀ ନିମ୍ନ ବର୍ଣର, ବିଶେଷ କରି ନମଃଜାତିର ଲୋକମାନଂକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ଗୋଷ୍ଠୀଗତ ଜନସଂଖ୍ୟାରୁ ସେମାନେ ସର୍ବାଧିକ ସଂଖ୍ୟାରେ ଥିଲେ। ଉଚ୍ଚବର୍ଣୀୟ ଲୋକମାନଂକ ଦ୍ବାରା ବିଭିନ୍ନ ଭାବରେ ଶୋଷିତ ହୋଇ ସେମାନେ ମଣିଷ ହେଲେ ମଧ୍ୟ ମଣିଷରୁ ଇତର ଜୀବନ ଯାପନ କରିଥିଲେ। ବିଦ୍ୟାଶିକ୍ଷାର ଅଧିକାର ନ ଥିବା କାରଣରୁ ସେମାନେ ଅଶିକ୍ଷାର ଅନ୍ଧକାରରେ ବୁଢ଼ିଥିଲେ।  ବ୍ୟବସା ବାନିଜ୍ୟଓ ଭୂସମ୍ପତ୍ତିର ସ୍ବଳ୍ପତା ହେତୁ ସେମାନଂକ ଅର୍ଥନୈତିକ ଅବସ୍ଥା ବହୁତ ଖରାପ ଥିଲା। ନାନାବିଧ କୁସଂସ୍କାରରେ ଆଚ୍ଛନ୍ନ ରହି ଚିକିତ୍ସା ଅଭାବରେ ଜୀବନ ଦୁର୍ବିସହ ହୋଇ ଉଠିଥିଲା। ଧର୍ମୀୟ ଅଧିକାରରୁ ବଂଚିତ ରହି ସେମାନେ ସମାଜରେ ମର୍ଯାଦାହୀନ ହୋଇ ପତିତ ଶ୍ରେଣୀ ହିସାବରେ ବସବାସ କରୁଥିଲେ। ଏହା ଛଡ଼ା ନିମ୍ନବର୍ଣର ଅନ୍ୟାନ୍ୟ ଲୋକମାନେ, ଯଥା— ତେଲି, ମାଲି, କାମାର, କୁମ୍ଭାର, ଜାଲିୟା, କପାଲି ଇତ୍ୟାଦି ସମ୍ପ୍ରଦାୟର ଲୋକମାନଙ୍କ ଅର୍ଥନୈତିକ ଅବସ୍ଥା ଆଉ ସାମାଜିକ୍ ମର୍ଯାଦା ମଧ୍ୟ ବିଶେଷ ଭଲ ନ ଥିଲା। ତଦୁପରି ପ୍ରଜାମାନଂକ ଉପରେ ଜମିଦାର ମାନଂକ ଶୋଷଣ ଏବଂ ଅତ୍ୟଚାର ଥିଲା ଅତ୍ୟନ୍ତ ନିର୍ମମ। 
ବୌଦ୍ଧଧର୍ମର ପତନ ହେବା ପରେ ବ୍ରାହ୍ମନ୍ୟଧର୍ମର (ହିନ୍ଦୁଧର୍ମର) ଉତ୍ଥାନ ଫଳରେ ସମାଜରେ ବର୍ଣ ପ୍ରଥା ଓ ଛୁଁୟାଛୁଁତ୍ ଭାବ ଅଧିକ ବୃଦ୍ଧି ପାଇଲା। ଯେମାନେ ପ୍ରବଳ ପ୍ରତାପଶାଲୀ, ରାଜ କ୍ଷମତାର ଅଧିକାରୀ ଥିଲେ, ନମଃଜାତିର ସେହି ଲୋକମାନେ ରାଜଶକ୍ତି ଭୟରେ ତାଙ୍କର ନିଜର ଧର୍ମ ବୌଦ୍ଧଧର୍ମ ପାଳନ କରିବାକୁ ଅକ୍ଷମ ହେବା ଫଳରେ ସେମାନେ ଧର୍ମହୀନ ପତିତ ହୋଇ ରହିଲେ। ଧୀରେ ଧୀରେ କେତେ ପ୍ରଜନ୍ମ ପରେ ସେମାନେ ନିଜକୁ ହିନ୍ଦୁ ଭାବିବାକୁ ଆରମ୍ଭ କଲେ ଏବଂ ପୂଜାପାର୍ବଣ ପ୍ରତି ଆକୃଷ୍ଟ ହେଲେ। ପ୍ରକୃତରେ ନମଃଜାତି ବୈଦିକଧର୍ମରେ ନ ଥିବାରୁ କେବେହେଲେ ଶୂଦ୍ର ବର୍ଣର ନ ଥିଲେ।

।। ଦ୍ବିତୀୟ ପରିଚ୍ଛେଦ ।।
ପୂର୍ବବଙ୍ଗର ଫରିଦପୁର ଜିଲ୍ଲାର ଗୋପାଲଗଞ୍ଜ ମହକୁମାର ସଫଲାଡାଙ୍ଗା ଗ୍ରାମରେ  ୧୮୧୨ ଖ୍ରୀସ୍ଟାବ୍ଦର ୧୧ ମାର୍ଚ (ବଂଲା ୧୨୧୮ ସାଲ) ବୁଧବାର ମହାମାନବ ହରିଚାଁଦ ଠାକୁର ନମଃଜାତି ଅର୍ଥାତ୍ ତଥାକଥିତ ଚଣ୍ଡାଳ ଜାତିର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କଲେ। ଆଗରୁ କୁହାଯାଇଛି ଯେ, ବ୍ରାହ୍ମଣ ପୁରୋହିତ ଏବଂ ଶାସକବର୍ଗ ଉଦ୍ଦେଶ୍ୟମୂଳକ ଭାବରେ ଷଡ଼ଯନ୍ତ୍ର କରି ନମଃଜାତିର ଲୋକମାନଙ୍କୁ ଚଣ୍ଡାଳ ଆଖ୍ୟ ଦେଇ ଅସ୍ପୃଶ୍ୟ କରି ରଖିଥିଲେ। ବିଶେଷ କରି ବଲ୍ଲାଲ ସେନାର ଶାସନକାଳରେ ଏହି ନାମକରଣ ଚୂଡ଼ାନ୍ତ ରୂପ ନେଲା। ପ୍ରକୃତରେ ବୈଦିକଧର୍ମର ଚଣ୍ଡାଳ ଜାତି ସାଂଗରେ ନମଃ ଜାତିର କୌଣସି ସମ୍ପର୍କ ନାହିଁ। ଚଣ୍ଡାଳ ଜାତିର ଉତ୍ପତ୍ତି ସମ୍ବନ୍ଧରେ ହିନ୍ଦୁମାନଂକ ଧର୍ମଗ୍ରନ୍ଥ ମନୁସଂହିତା ଓ ବୃହଦ୍ଧର୍ମ ପୁରାଣରେ କୁହାଯାଇଛି---ଶୂଦ୍ର ପୁରୁଷ ଆଉ ବ୍ରାହ୍ମଣ ସ୍ତ୍ରୀର ଅବୈଧ ଯୌନମିଳନ ଫଳରେ ଯେଉଁ ସମସ୍ତ ସନ୍ତାନର ଜନ୍ମ ହୋଇଛି ସେମାନଂକ ନେଇ ଚଣ୍ଡାଳ ଜାତି ଗଠିତ ହୋଇଛି। କିଂତୁ ପୂର୍ବବଙ୍ଗର  ନମଃଜାତି ସମ୍ପର୍କରେ ଏସବୁ କଥା ମିଳୁ ନାହିଁ ଏହି କାରଣରୁ ଯେ, ବୈଦଜିକଧର୍ମରେ ତଥାକଥିତ ଚଣ୍ଡାଳ କିଂବା ନମଃଜାତିର ଲୋକସଂଖ୍ୟା ଏତେ ଅଧିକ ଯେ ସବୁ ବ୍ରାହ୍ମନର ସ୍ତ୍ରୀମାନଂକ ସାଂଗରେ ଯଦି ଶୂଦ୍ରମାନେ ଅବୈଧ ସମ୍ପର୍କ ସ୍ଥାପନ ପୂର୍ବକ ଯୌନମିଳନ କରି ବର୍ଷ ବର୍ଷ ଧରି ସନ୍ତାନ ଉତ୍ପାଳନ  କରିଥାଏ, ତା ହେଲେ ମଧ୍ୟ ଏତେ ବହୁତ ସଂଖ୍ୟାରେ ଚଣ୍ଡାଳର ଜନ୍ମ ଦେବା ସମ୍ଭବ ନୁହେ।
ହରିଚାଁଦ ଠାକୁରଙ୍କ ପିତାଙ୍କ ନାଁ ଯଶୋମନ୍ତ (ଯଶୋବନ୍ତ ନୁହେ) ଠାକୁର କ୍ଷ ମାତାଙ୍କ ନାଁ ଅନ୍ନପୂର୍ଣା। ହରିଚାଁଦ ଠାକୁରଙ୍କ ବାଲ୍ୟ ନାମ ଥିଲା ହରିଦାସ। ସେମାନେ ପାଞ୍ଚ ଭାଇ ଥିଲେ। ସେମାନଂକ ନାଁ ଯଥାକ୍ରମରେ କୃଷ୍ଣଦାସ, ହରିଦାସ, ବୈଷ୍ଣବଦାସ, ଗୌରିଦାସ ଏହାଂ ସ୍ବରୁପଦାସ। ହରିଚାଁଦ ଠାକୁରଂକ ଜୀବନଲୀଲା ବିଷୟକ ଶ୍ରୀଶ୍ରୀହରିଲୀଲାମୃତ  ନାମରେ ଖଣ୍ଡେ ଗ୍ରନ୍ଥ ଲେଖିଛନ୍ତି କବି ରସରାଜ ତାରକଚନ୍ଦ୍ର ସରକାର। ସେହି ଗ୍ରନ୍ଥରେ ଆମେ ହରିଚାଁଦ ଠାକୁରଂକ ସମ୍ପର୍କରେ ସାହୁ କଥା ଜାଣି ପାରୁ।
କେତେକ ଲୋକ ରହୁଛନ୍ତି, ବହିପୁସ୍ତକରେ ମଧ୍ୟ ଲେଖିଛନ୍ତି ଯେ, ହରିଚାଁଦ ଠାକୁରଂକ ପୂର୍ବପୁରୁଷମାନେ ମୈଥିଲି ବ୍ରାହ୍ମଣ ଥିଲେ। ରାମଦାସ ନାମରେ କାଂକ ଜଣେ ପୂର୍ବପୁରୁଷ ରାଢ଼ ଅଂଚଳରୁ ତୀର୍ଥ କରିବାକୁ ବାହିର ହୋଇ ଯଶୋହର ଜିଲ୍ଲାର ନମଃଜାତି ଅଧ୍ୟୁଷିତ ଲକ୍ଷ୍ମୀପାଶା ଗ୍ରାମରେ ଆସି ବସବାସ କରୁଥିଲେ। ସେ ନମଃଜାତିର ଲୋକମାନଂକ ସହିତ ମିଳାମିଶା କରିଥିବାରୁ ବ୍ରାହ୍ମଣମାନେ  ତାଙ୍କୁ ନାକି ଜାତିଚ୍ୟୁତ କରି ଦେଇଥିଲେ। ଫଳରେ ତାଙ୍କ ପୁତ୍ର ଚନ୍ଦ୍ରମୋହନଙ୍କ ପାଇଁ କୌଣସି ବ୍ରହ୍ମନ୍ ପାତ୍ରୀ ନ ମିଳିବାରୁ ତାକୁ ନମଃଜାତିର କନ୍ୟା ସାଂଗରେ ବିଭା କରାଇଥିଲେ। ସେଥିରୁ ସେମାନେ ନମଃଜାତିର ଅନ୍ତର୍ଭୂକ୍ତ ହୋଇ ଗଲେ।
କିଂତୁ ସେ କଥା ସତ୍ୟ ନୁହେ। ତାରକଚନ୍ଦ୍ର ସରକାର ସେ କଥା ଲେଖିନାହାନ୍ତି। ସେକଥା ସତ୍ୟ ହେଲେ ହରିଚାଁଦ ଠାକୁରଂକ ଘନିଷ୍ଠ ସଂସ୍ପର୍ଶରେ ଆସିଥିବା ତାରକଚନ୍ଦ୍ର ସରକାର ତାହା ନିଶ୍ଚୟ ଉଲ୍ଲେଖ କରିଥାନ୍ତେ। ତା ଛଡ଼ା କୌଣସି ବ୍ରାହ୍ମଣପୁଅ ନିମ୍ନବର୍ଣର ଝିଅକୁ ବିଭା କଲେ ମଧ୍ୟ ତାଙ୍କ ଜାତି ନଷ୍ଟ ହୁଏ ନାହିଁ। ସୁତରାଂ ଏହା ଗୋଟିଏ ଉଦ୍ଦେଶ୍ୟ ପ୍ରଣୋଦିତ ହାସ୍ୟକର ଗଳ୍ପକଥା ଛଡ଼ା ଆଉ କିଛି ନୁହେ। କେତେକ ମତୁୟା ଭକ୍ତ ସେହି ଲେଖା ପଢ଼ି ବିଭ୍ରାନ୍ତ ହୋଇ ପାରନ୍ତି, ମାତ୍ର ସେ କଥା ସତ୍ୟ ନୁହେ। ଏହି କଥାହି ସତ୍ୟ ଯେ, ହରିଚାଁଦ ଠାକୁରଂକ ପୂର୍ବପୁରୁଷ ମାନେ ବ୍ରାହ୍ମଣ ଥିଲେ ନାହିଁ, ସେମାନେ ଖାଣ୍ଟି ନମଃଜାତିର ଲୋକ ଥିଲେ। ଲକ୍ଷ୍ମୀପାଶା ଗ୍ରାମରେ ବହୁସଂଖ୍ୟକ ସ୍ବଜାତି ନମଃଜାତିର ବସବାସ ଦେଖି ରାମଦାସ ସେମାନଂକ ମଧ୍ୟରେ ବସବାସ କରିବାକୁ ଆରମ୍ଭ କରିଥିଲେ। ଏହି କଥା ସବୁ ଅଂଶରେ ସତ୍ୟ।
ଯାହା ହେଉ, ହରିଚାଁଦ ଠାକୁରଂକ ପିତା ପରମ ବୈଷ୍ଣବ ଅର୍ଥାତ୍ କୃଷ୍ଣଭକ୍ତ  ଥିଲେ। କେହି କେହି ତାଙ୍କୁ ଯଶୋମନ୍ତ ଵୈରାଗୀ ମଧ୍ୟ କହିଥିଲେ। ସେମାନଂକ ପଦବି ବିସ୍ବାସ ହେଲେ ମଧ୍ୟ, କେତେକ ପୁରୁଷ ପୂର୍ବରୁ ନିତ୍ୟ ସାଧୁସେବା, ବୈଷ୍ଣବ ଧର୍ମର ପାଳନ କରିଥିବାରୁ ସେମାନେ ସକଲଙ୍କ ଠାରୁ ଠାକୁର ଉପାଧି ପାଇଥିଲେ। ତାହା ପର ଠାରୁ ଯଶୋମନ୍ତ ଆଉ ତାଙ୍କ ପୁଅମାନଂକୁ ଠାକୁର ନାମରେ ସବୁ ଲୋକ ଜାଣିଥିଲେ। ସେହି କାରଣରୁ ସେମାନଂକ ଠାକୁର ପଦବି ଗୃହୀତ ହେଲା।
ହରିଚାଁଦ ଠାକୁର ପିଲାଦିନରେ ବହୁତ ଦୁରନ୍ତ ଥିଲେ। ବାଲ୍ୟସଙ୍ଗୀ ବ୍ରଜ, ନାତୁ, ବିଶ୍ବନାଥ ପ୍ରମୁଖ ସାଂଗରେ ସେ ଗୋରୁ ଚରାଇବାକୁ ଯାଇଥିଲେ। ବୈଷ୍ଣବ ମାନଂକୁ ସେ ସହ୍ୟ କରି ପାରି ନ ଥିଲେ। ବୈଷ୍ଣବମାନେ କଦାଚାରରେ ଲିପ୍ତ—  ଏ କଥା ପିଲାଦିନରୁ ସେ କହିଥିଲେ। କେତେକ ସମୟରେ ଘରେ ବୈଷ୍ଣବମାନେ ଆସିଲେ ପିତା ତାକୁ ସେମାନଂକ ଚରନଧୂଳି ନେବାକୁ ଆଦେଶ ଦେଳେ ମଧ୍ୟ ସେ ତାହା ଅମାନ୍ୟା କରିଥିଲେ। କେବେ କେବେ ସେମାନଂକ ଝୋଲାଗୁଡ଼ିକ  ଲୁଚାଇ ପାଣିରେ ପକାଇ ଦେଇଥାନ୍ତେ। 
ହରିଚାଁଦ ଠାକୁରଙ୍କ ସ୍ତ୍ରୀଙ୍କ ନାମ ଥିଲେ ଶାନ୍ତିବାଲା, ଯାହାକୁ ଆମେ ଶାନ୍ତିମାତା କହୁ। ତାଂକ ପିତାଂକ ଘର ଥିଲା ଫରିଦପୁର  ଜିଲ୍ଲାର (ବର୍ତମାନ ବଂଲାଦେଶରେ) ଜିକାବାଡ଼ି ଗ୍ରାମରେ। ତାଂକ ପିତାଂକ ନାମ  ଲୋଚନ ପ୍ରାମାଣିକ।
ହରିଚାଁଦ ଠାକୁର ଓ ତାଂକ ପରିବାର ସୂର୍ଯମଣି ମଜୁମଦାର ନାମକ ଜମିଦାରଂକ ଜମିଦାରୀରେ ବାସ କରୁଥିଲେ। ଜମିଦାର ସୂର୍ଯମଣି ମଜୁମଦାର ମିଥ୍ୟ ମାମଲାରେ ଡିକ୍ରୀ ଜାରି କରି ସେମାନଂକ ସବୁ ଘରଜମି ନିଜ ନାମକୁ କରି ନେଇଥିଲେ। ବାଧ୍ୟ ହୋଇ ସେମାନେ ସଫଲାଡାଙ୍ଗା ଛାଡ଼ି ସେହି ଜିଲ୍ଲାର ରାମଦିୟା ସେନ ବାଡ଼ୀରେ ଆଶ୍ରୟ ନେଇଥିଲେ। ସେଠାରୁ ପରେ ପାର୍ଶ୍ବବର୍ତୀ ଗ୍ରାମ ଓଡ଼ାକାନ୍ଦିର ଶ୍ରୀଭାଜବାମ ଚୌଧୁରୀଂକ ଘରରେ ଆଶ୍ରୟ ନେଲେ।
ହରିଚାଁଦ ଠାକୁର ପ୍ରଥାଗତ ବିଦ୍ୟଶିକ୍ଷାର କୌଣସି ସୁଯୋଗ ପାଇ ନ ଥିଲେ। ସେହି ସମୟରେ ନମଃଜାତିକୁ ଚଣ୍ଡାଳ କୁହା ଯାଇଥାଏ, ସେ କଥା ପୂର୍ବରୁ କୁହା ଯାଇଛି। ଚଣ୍ଡାଳ ଜାତି ଅସ୍ପୃଶ୍ୟ ବୋଲି ସେମାନଂକ ବିଦ୍ୟଶିକ୍ଷାର ଅଧିକାର ନ ଥିଲା। ସେଥି ପାଇଁ ସେ ବିଦ୍ୟାଳୟରେ ଯାଇ ପାରି ନ ଥିଲେ। ପଢ଼ାଲେଖା ନ ଜାଣିଲେ ମଧ୍ୟ ସେ ଥିଲେ ପ୍ରଖର ବୁଦ୍ଧିମତ୍ତା ଆଉ ଅତ୍ୟନ୍ତ ମେଧାସମ୍ପନ୍ନ ଜ୍ଞାନୀ ବ୍ୟକ୍ତି। ପିଲାଦିନରୁ ତାଂକ ବୁଦ୍ଧିମତ୍ତାର ପରିଚୟ ବନ୍ଧୁମାନଂକ ପାଖରେ ପ୍ରକଟ ହୋଇ ଉଠିଥିଲା। ବନ୍ଧୁ ଏବଂ ସାଥୀମାନେ ତାଂକୁ ଘିରି ବହିଥଆନ୍ତି। ସକଳଂକ ସବୁ ସମସ୍ୟାର ସମାଧାନ କରି ଦେଇଥାନ୍ତି ସେ। ପ୍ରଥାଗତ ଶିକ୍ଷାରେ ଶିକ୍ଷିତ ନ ହୋଇ ମଧ୍ୟ ପ୍ରଖର ବୁଦ୍ଧିମତ୍ତା ବଳରେ ବିଜ୍ଞାନ ଆଉ ଯୁକ୍ତିନିର୍ଭର ବୌଦ୍ଧିକ ଦରଶନ ଉପଲବ୍ଧି କରିଥିଲେ ସେ। କର୍ମଜୀବନରେ ତାଂକ ଏହି ଜ୍ଞାନ ଓ ବୁଦ୍ଧିମତ୍ତା ମାଧ୍ୟମରେ ପଶ୍ଚାଦପଦ ଜନଗୋଷ୍ଠୀ ଅର୍ଥାତ୍ ପତିତ ମାନବ ସମାଜର ମୁକତିଦୂତ ହିସାବରେ ସେ ଆବିର୍ଭୂତ ହୋଇଥିଲେ।
ସେହି ସମୟରେ ବର୍ତମାନ ପରି ଚିକିତ୍ସା ବ୍ୟବସ୍ଥାର କୌଣସି ସୁଯୋଗ ନ ଥିଲା, ଏତେ ଉନ୍ନତି ମଧ୍ୟ ନ ଥିଲା। ଗ୍ରାମାଞ୍ଚଲର ଅବସ୍ଥା ଥିଲା ବହୁତ ଖରାପ। ଗ୍ରାମାଞ୍ଚଳରେ କୌଣସି ଡାକ୍ଟର ନ ଥିଲେ, ବିଶେଷ କରି ପତିତ ଜନଗୋଷ୍ଠୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରେ। ଓଝାମାନଂକ ଝାଢ଼-ଫୁଁକ, କବଚ-ତାବିଜ ଧାରଣ ଆଉ ଈଶ୍ବରଙ୍କ ଉପରେ ନିର୍ଭର କରିବା ଥିଲା ସେମାନଂକ ଏକମାତ୍ର ଚିକିତ୍ସା। ଏହି ଅବସ୍ଥାରେ ହରିଚାଁଦ ଠାକୁର ନିଜସ୍ବ ବୁଦ୍ଧିମତ୍ତା ବଳରେ ଗ୍ରାମ୍ୟ ଲୋକମାନଂକ ପ୍ରକୃତିକ ଚିକିତ୍ସକର ଭୂମିକା ଗ୍ରହଣ କରିଥିଲେ। ଏହି ଚିକିତ୍ସାରେ ଅଧିକାଂଶ ରୋଗର ନିରାମୟ ହୋଇଥିଲା। ଫଳରେ ଗରମା ଲୋକମାନଂକ ନିକଟରେ ସେ ଉଦ୍ଧାରକର୍ତାଙ୍କ ଆସନରେ ପ୍ରତିଷ୍ଠିତ ହୋଇ ଯାଇଥିଲେ। ସେହି ସମୟର ଗ୍ରାମାଞ୍ଚଳର ଲୋକମାନଂକ ପାଖରେ ସେ ତଥାକଥିତ ଈଶ୍ବରଙ୍କ ଅବତାର ରୂପେ ପରିଗଣିତ ହୋଇଥିଲେ।
ହରିଚାଁଦ ଠାକୁର ଶୁଧୁମାତ୍ର ଚିକିତ୍ସକଙ୍କ ଭୂମିକା ଗ୍ରହଣ କରିଥିଲେ ତାହା ନୁହେ, ପଶ୍ଚାଦପଦ ଲୋକମାନଂକ ପାଇଁ ସେ ସବୁ ରକମ କାର୍ଯରେ ଅଗ୍ରଣୀ ଭୂମିକାଗ୍ରହଣ କରିଥିଲେ। କୃଷକମାନଂକ ପ୍ରତି ନୀଳକର ସାହେବମାନଂକ ଅତ୍ୟାଚାରର ପ୍ରତିବାଦରେ କୃଷକମାନଂକୁ ନେଇ ସେ ଗୋପାଲଗଞ୍ଜ ମହକୁମାର ଜୋନାସୁର ନୀଳକୁଠି ଅଭିଯାନରେ ନେତୃତ୍ବ ଦେଇଥିଲେ। ସେହି ଅଭିଯାନରେ ସେଠି ରହିଥିବା ନୀଲକୁଠି ଧ୍ବଂସ କରି ନୃଶଂସ ଅତ୍ୟାଚାରୀ ନୀଳକର ସାହେବଂକୁ ପୁଡ଼ାଇ ଦେଇ ଯାଇଥିଲା। 
ସଂସାର ପ୍ରତିପାଳନ ପାଇଁ ସେ ବିଭିନ୍ନ ସମୟରେ ବିଭିନ୍ନ କାମରେ ନିୟୋଜିତ ଥିଲେ। କୌଣସି ସମୟରେ ସେ ତୈଳର ବ୍ୟବସା କରିଥିଲେ। ବିଭିନ୍ନ ମୁଦିଦ୍ରବ୍ୟ ନେଇ କୌଣସି ସମୟ ଗ୍ରାମେ ଗ୍ରାମେ ବୁଲି ଫେରି ମଧ୍ୟ କରିଥିଲେ। ବ୍ୟବସାବୃତ୍ତିର ପ୍ରସାର ଆଉ ବିଜ୍ଞାନ ସମ୍ମତ ପଦ୍ଧତିରେ ଅନାବାଦୀ ଜମି ଚାଷ କରି ଚାଷର ଉନ୍ନତି ଘଟାଇଥିଲେ। ଏହି ସମସ୍ତ କାମ କରି ସେ ପଛରେ ପଡ଼ିଥିବା ସବୁ ଲୋକମାନନ୍କୁ ସଂସାର ପ୍ରତିପାଳନ ଏବଂ ଜୀବନର ଉନ୍ନତି କରିବା ପାଇଁ ସଠିକ ପଥର ଦିଶା ଦେଖିଥିଲେ।

।। ତୃତୀୟ ପରିଚ୍ଛେଦ ।।
ଅଲୀକ କଳ୍ପନା, ଅସାମ୍ୟ ଏବଂ ମିଥ୍ୟା ଭେଦାଭେଦ ସୃଷ୍ଟିକାରୀ ହିନ୍ଦୁଧର୍ମ ତଥା ବୈଦିକଧର୍ମର ଅମାନବିକ ନୀତି ବିରୁଦ୍ଧରେ ଥିଲା ତାଂକ ଆସଲ ସଂଗ୍ରାମ। ଯୁକ୍ତିବାଦକୁ ପ୍ରତିଷ୍ଠା କରିବା ପୈଂ ଧର୍ମ ଏବଂ ଅଲୀକ କଳ୍ପନାରେ ଭରିଥିବା ଧର୍ମଗ୍ରନ୍ଥର ବିରୁଦ୍ଧରେ ସଂଗ୍ରାମ। ବେଦ, ପୁରାଣ, ମନୁସଂହିତା ଆଦି ଗ୍ରନ୍ଥଗୁଡ଼ିକର ସ୍ବାର୍ଥାନ୍ବେଷୀ ବିଧାନର ବିରୁଦ୍ଧରେ ତାଂକ ସଂଗ୍ରାମ। ସେହି ସବୁ ମିଥ୍ୟ ଶାସ୍ତ୍ରର ବିରୁଦ୍ଧରେ ଗର୍ଜି ଉଠି ସେ କହିଲେ— କୁକୁରର ଉଚ୍ଛିଷ୍ଟ ପ୍ରସାଦ ମିଳିଲେ ମଧ୍ୟ ଖାଇବାକୁ ରାଜି ଅଛି, ତଥାପି ବେଦବିଧି ଶୌଚାଚାର ମାନିବାକୁ ରାଜି ନାହିଁ। ଶେଷରେ ସେ ବେଦବିଧି ବହିର୍ଭୂତ ଏକ ନୁଆ ଧର୍ମର ପ୍ରବର୍ତନ କଲେ, କାର ନାମ ହେଲା ମତୁୟାଧର୍ମ। 
ହରିଚାଁଦ ଠାକୁର ତାଂକ ତାଙ୍କୱ ସାଥୀମାନଂକ ନେଇ ଯେପରି ହରିବୋଲ ମନ୍ତ୍ରରେ ଧର୍ମୀୟ ଅନୁଷ୍ଠାନ କରିଥାନ୍ତେ, ବୈଦିକତାକୁ ବର୍ଜନ କରି ଯେସବୁ ଆଚାର ଅନୁଷ୍ଠାନରେ ମତ୍ତ ହୋଇ ଯାଇଥାନ୍ତେତାହା ଦେଖି ତାଂକ ବିରୋଧ କରିଥିବା ଲୋକମାନେ, ବିଶେଷ କରି ବ୍ରାହ୍ମଣ, କାୟସ୍ଥମାନେ ବ୍ୟଙ୍ଗ କରି ସେମାନଂକୁ 'ମତୋ' (ମତ୍ତ)— 'ମଉତ୍ୟା'— 'ମତୁୟା' ବୋଲି କହିଥାନ୍ତେ। ହରିଚାଁଦ ଠାକୁର ସେହି ମତୁୟା ନାମ ମାନି ନେଇଥିଲେ। ସେ ନିଜେ କହିଛନ୍ତି—  "ଭିନ୍ନ ସମ୍ପ୍ରଦାୟ ମୋରା ମତୁୟା ଆଖ୍ୟାନ।" ବର୍ତମାନ ଯେଉଁମାନେ ହରିଚାଁଦ ଠାକୁରଂକ ଅବୈଦିକ ଆଦର୍ଶ ପାଳନ କରିଛନ୍ତି ସେମାନେ ହେଉଛନ୍ତି ମକୁୟା।
ଏହି ଧର୍ମ ପ୍ରବର୍ତନର ଆସଲ ଉଦ୍ଦେଶ୍ୟ ହେଲା କୁସଂସ୍ଜାରାଚ୍ଛନ୍ନ ଶିକ୍ଷାହୀନ, ଧର୍ମହୀନ ପତିତ ନମଃଜାତି ସହ ଆଉ ସବୁ ଅଧଃପତିତ ଜାତିସମୂହକୁ ଗୋଟିଏ ଧର୍ମର ବନ୍ଧନେ ଆବଦ୍ଧ କରିବା, ଗାର୍ହସ୍ଥ୍ୟ ଜୀବନର ପୂର୍ଣ ଶାନ୍ତିଲାଭର ଉପାୟ ନିର୍ଧାରଣ କରିବା ଏବଂ ସାମାଜିକ ଅସାମ୍ୟର ବିଲୋପ ସାଧନ କରି ବିଶ୍ବସୌଭ୍ରାତୃତ୍ବ ବୋଧ ପ୍ରତିଷ୍ଠା କରିବା। ମତୁୟଧର୍ମ କର୍ମ ଏବଂ ବାଣୀର ଧର୍ମ, ଯାହା ନିର୍ଦୋଷ ଏବଂ ବିଜ୍ଞଜନ ଦ୍ବାରା ପ୍ରଶଂସିତ। ଏହି ଧର୍ମର ମୂଳ ବୈଶିଷ୍ଟ୍ୟ ହେଲା କର୍ମଭିତ୍ତିକ ସତ୍ୟ, ସାମ୍ୟ, ପ୍ରେମ ଓ ପବିତ୍ରତାର ନିଦର୍ଶନ।
ମକୁୟଧର୍ମର ପ୍ରଧାନ ନିର୍ଦେଶିକା ଗୁଡ଼ିକ ହେଲା— ୧) ସଦା ସତ୍ୟ କହିବା, ୨) ପରସ୍ତ୍ରୀକୁ ମାତୃଜ୍ଞାନ କରିବା, ୩) ପିତାମାତାକୁ ଭକ୍ତି କରିବା, ୪) ଜଗତକୁ ପ୍ରେମଦାନ କରିବା, ୫) ଜାତିଭେଦ ନ କରିବା, ୬) କୌଣସି ବ୍ୟକ୍ତିର ଧର୍ମନିନ୍ଦା ନ କରିବା, ୭)ବାହ୍ୟ ଅଙ୍ଗ ସାଧୁସାଜ ତ୍ୟାଗ କରିବା, ୮) ଶ୍ରୀହରିମନ୍ଦିର ପ୍ରତିଷ୍ଠା କରିବା, ୯) ଷଡ଼ରିପୁରୁ ସାବଧାନ ରହିବା, ୧୦) ନାମ ହାତରେ କାମ ଆଉ ମୁହରେ ନାମ କରିବା, ୧୧) ଦୈନିକ ପ୍ରାର୍ଥନା କରିବା ଏବଂ ୧୨) ଈଶ୍ବରଙ୍କୁ  ଆତ୍ମଦାନ କରିବା ଏ ଛଡ଼ା ବିଭିନ୍ନ ସମୟରେ ମଧ୍ୟ ସେ ତାଂକ ଭକ୍ତମାନଂକୁ ଆହୁରି ବହୁତ ଉପଦେଶମାନ ଦେଇଛନ୍ତି।
ହରିଚାଁଦ ଠାକୁର କେବେ ହେଲେ ଯୁକ୍ତିହୀନ ଭକ୍ତିବାଦର କଥା କହି ନ ଥିଲେ। ହରି କହିବାରୁ ସେ ବୈଦିକଧର୍ମର କଳ୍ପିତ ବୈକୁଣ୍ଠର ହରିକୁ ହଝାଇ ନ ଥିଲେ। ମତୁୟା ଦର୍ଶନରେ ହରି ଅର୍ଥାତ୍ ସବୁକିଛି ହରଣ କରେ ଯିଏ। ସହୁକିଛି ଅର୍ଥାତ୍ ଦେହର ଜଡ଼ତା ଆଉ ହୃଦୟର ମାଲିନ୍ୟା ଅର୍ଥାତ୍ ହିଂସା ଆଉ ଘୃଣାର ମାନସିକତା, ପରଶ୍ରୀକାତରତା, ନୀଚତା ଆଦି ଯାହା ମାଧ୍ୟମରେ ଦୂରୀଭୂତ ହୁଏ। ନ୍ୟାୟପରାୟଣତା, ସଂଯମ ଆଉ ନିଷ୍ଠା, ଚରିତ୍ରର ସମସ୍ତ ଦୋଷଗୁଡ଼ିକୁ ଦୂରୀଭୂତ କରି ପାରେ। ଏହି ସମସ୍ତ ଗୁଣର ସମ୍ମିଳିତ ଶକ୍ତିକୁହିଁ ହରି କୁହା ଯାଇଛି।
ଦୈନିକ ପ୍ରାର୍ଥନା ଅର୍ଥେ ହିନ୍ଦୁମାନଂକ ପରି କୌଣସି ଦେବଦେବୀଙ୍କ ନିକଟକୁ ଆତ୍ମନିବେଦନ, ପୂଜା କିଂବା କୌଣସି କାମନାର ପ୍ରାର୍ଥନା ନୁହେ, ଅତ୍ୟୁନ୍ନତ ଜୀବନ ଚର୍ଚାରେ ଯେମିତି ସର୍ବାଂଗ ସୁନ୍ଦର ମନୁଷ୍ୟତ୍ବର ବିକାଶ ଘଟିବ, ତା ପାଇଁ ନିରନ୍ତର ଅନୁଶୀଳନ କରିବାକୁହିଁ ପ୍ରାର୍ଥନା କୁହା ଯାଇଛି। 
ମତୁୟାଧର୍ମରେ ଈଶ୍ବରଙ୍କ ସଂଜ୍ଞା ସମ୍ପୂର୍ଣ ଅଲଗା। ଯେ ଯାରେ ଉଦ୍ଧାର କରେ ସେ ତାର ଈଶ୍ବର। ଉଦ୍ଧାର ଅର୍ଥାତ୍ ଅଧଃପତିତ ଅବସ୍ଥାରୁ ଉନ୍ନତତର ଜୀବନରେ ଉତ୍ତରଣ ଘଟାଇବା। ଏବଂ ସେହି ଈଶ୍ବରଙ୍କ ଆଦର୍ଶ ପାଳନ କରିବାହିଁ ହେଲା ଆତ୍ମଦାନ। ଏଠି ଶ୍ରୀଶ୍ରୀହରିଚାଁଦ ଠାକୁରହିଁ ହେଲେ ଉଦ୍ଧାରକର୍ତା, ତାଂକ ଆଦର୍ଶ ଅନୁସରଣ କରିବାହିଁ ହେଲା ତଂକୁ ଆତ୍ମଦାନ। 
ମତୁୟାଧର୍ମ ବୈଦିକଧର୍ମ କିଂବା ହିନ୍ଦୁଧର୍ମରୁ ସମ୍ପୂର୍ଣ ଗୋଟିଏ ଅଲଗା ଧର୍ମ। ଏହା ହିନ୍ଦୁଧର୍ମର କୌଣସି ଶାଖାଧର୍ମ ନୁହେ କିଂବା ତା ସାଂଗରେ ଏହାର କୌଣସି ସମ୍ପର୍କ ନାହିଁ। ହିନ୍ଦୁଧର୍ମ ବେଦକୁ ମାନ୍ୟ କରେ ବୋଲି ତାହା ବୈଦିକଧର୍ମ, କିଂତୁ ମତୁୟାଧର୍ମ ବେଦକୁ ମାନ୍ୟ ନ କରିବାରୁ ତାହା ଅବୈଦିକ ଧର୍ମ। ମତୁୟାଧର୍ମରେ କାଲ୍ପନିକ କୌଣସି ଦେବଦେବୀଙ୍କ ସ୍ଥାନ ନାହିଁ କିଂବା ସେମାନଂକ ପୂଜା କରିବାକୁ ମଧ୍ୟ କୌଣସି ବିଧାନ ନାହିଁ। କିଂତୁ ଦୁଃଖର ବିଷୟ ବହୁତ ମତୁଯାଧର୍ମୀ ଲୋକମାନଂକ ଘରରେ ବିଭିନ୍ନ ପୂଜାର ପ୍ରଚଳନ ଦେଖା ଯାଏ, ହରିଚାଁଦ ଠାକୁରଙ୍କ ପ୍ରତିକୃତି ପାର୍ଶ୍ବରେ ନାନା ଦେବଦେବୀଂକ ପ୍ରତିକୃତି ମାନ ରଖି ପୂଜା-ଆରାଧନା କରିବାକୁ ଦେଖା ଯାଏ। ଏହା କୌଣସି ମତେହିଁ ଠିକ ନୁହେ। ମତୁୟାଧର୍ମରେ କାଲ୍ପନିକ ଦେବଦେବୀଂକ ପୂଜା ନିଷିଦ୍ଧ। ଏ ସମ୍ପର୍କରେ ଗୁରୁଚାଁଦ ଠାକୁର କହିଛନ୍ତି— 
"ମତୁୟାର ପକ୍ଷେ କୋନୋ ପୂଜା ପର୍ବ ନାଇ।"
କିଂତୁ ସାଧାରଣ ମତୁୟାମାନେ ଅଜ୍ଞତା ହେତୁ ବ୍ରାହ୍ମଣମାନଂକ ପ୍ରରୋଚନାରେ ଅଭ୍ୟାସ ବଶରେ ଏସବୁ କରିଥାନ୍ତି। କିଛି କିଛି ମତୁୟାଧର୍ମ ବିଷୟକ ପୁସ୍ତକରେ ବିଭ୍ରାନ୍ତିମୂଳକ ଲେଖା ଋଷିପ୍ରକାଶ ପାଇବା ଫଳରେ ସାଧାରଣ ଲୋକମାନଂକ ମଧ୍ୟରେ ଦେବଦେବୀଂକ ପୂଜା କରିବାର ଭ୍ରାନ୍ତ ଅଭ୍ୟସ ଦୂର ହେବା ପରିବର୍ତରେ ଆହୁରି ବେଶୀ କରି ପ୍ରଚଳିତ ହେବାର ପ୍ରବଣତା ଲକ୍ଷ୍ୟ କରା ଯାଇଛି। ଏହା ଅତ୍ୟନ୍ତ ପରିତାପର ବିଷୟ।
ହରିଚାଁଦ ଠାକୁରଙ୍କୁ ଅଧିକାଂଶ ଲୋକ ଈଶ୍ବରଙ୍କ ଅହତାର ବୋଲି କହନ୍ତି। ଏହା କହିବା ସମୀଚୀନ ନୁହେଁ। ହିନ୍ଦୁଧର୍ମ ଛାଡ଼ି ଦେଲେ ପୃଥିବୀରେ ଆଉ କୌଣସି ଧର୍ମରେ ଅବତାର ବୋଲି କିଛି ନାହିଁ। ଅବତାର ଗୋଟିଏ ବ୍ରାହ୍ମଣ ଋଷିମାନଂକ କାଲ୍ପନିକ ଚାତୁର୍ଯପୂର୍ଣ ଉପାଧି ଛଡ଼ା ଆଉ କିଛି ନୁହେଁ। ପ୍ରକୃତରେ ମୂଳନିବାସୀ ଭାରତୀୟ ମାନଂକ ମଧ୍ୟରେ ଯେମାନେ ଆର୍ଯ-ବ୍ରାହ୍ମଣ ମାନଂକ ପକ୍ଷ ନେଇ ସେମାନଂକ ସ୍ବାର୍ଥରକ୍ଷା କରିବା ପାଇଁ ମୂଳନିବାସୀ ମାନଂକୁ ନୃଶଂସ ଭାବରେ ହତ୍ୟ କରିଛନ୍ତି, ସେମାନଂକ ରକ୍ଷଣାବେକ୍ଷଣରେ ଅକାତରେ ଅର୍ଥବ୍ୟୟ  କରି ସମାଜରେ ସବୁଠାରୁ ଊର୍ଧ୍ବରେ ସ୍ଥାନ ଦେଇଛନ୍ତି, ଆର୍ଯ-ବ୍ରାହ୍ମଣମାନେ ସେମାନଂକୁ ଅବତାର ଉପାଧି ଦେଇଛନ୍ତି। ରାମ, କୃଷ୍ଣ ଆଦି ତାର ପ୍ରକୃଷ୍ଟ ଉଦାହରଣ। ମତୁୟାଧର୍ମ ଯେତେବେଳେ ହିନ୍ଦୁଧର୍ମ ଠାରୁ ଗୋଟିଏ ସ୍ବତନ୍ତ୍ର ଧର୍ମ, ସେତେବେଳେ ଅବତାର କହିବା ମଧ୍ୟ ଠିକ ନୁହେଁ। ହରିଚାଁଦ ଠାକୁର ଜଣେ ରକ୍ତମାଂସରେ ଗଡ଼ା ମହାମାନବ, ବିପ୍ଲବୀ ସଂଗ୍ରାମୀ, ମତୁୟାଧର୍ମର ପ୍ରତିଷ୍ଠାତା। ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧକୁ ମଧ୍ୟ ହିନ୍ଦୁମାନେ  ଧୋଁକା ଦେବା ପାଇଁ ଅବତାର କୁହନ୍ତି। କିଂତୁ ତାଂକର ଅନୁଗାମୀମାନେ ସେ କଥା ସ୍ବୀକାର କରୁ ନାହାନ୍ତି।

।। ଚତୁର୍ଥ ପରିଛେଦ ।।
ମତୁୟାଧର୍ମର ପ୍ରଧାନ ବୈଶିଷ୍ଟ୍ୟ ହେଲା— ସତ୍ୟ-ପ୍ରେମ-ପବିତ୍ରତା, ସାମ୍ୟ-ମୈତ୍ରୀ-ଭ୍ରାତୃତ୍ବ, ଭଲପାଇବା, କାହାକୁ ସାନ କିଂବା ନୀଚ ନ ଭାବିବା, ସବୁକୁ ପାଇଁ ସମାନ ସ୍ବାଧିନତାସମାନ ଅଧିକାର, କାଲ୍ପନିକ କୌଣସି ଈଶ୍ବରଙ୍କ ସନ୍ଧାନ ନ କରି ମଣିଷ ତଥା ଜୀବସେଵା ମାଧ୍ୟମରେ ଈଶ୍ବର ଦର୍ଶନର ଭାବନା ଇତ୍ୟାଦି।
ମତୁୟାଧର୍ମ ଭାରତର ପ୍ରାଚୀନ ସନାତନଧର୍ମ  ଆଉ ବୌଦ୍ଧଧର୍ମକୁ କେତେକ ଅଂଶରେ ଅନୁସରଣ କରେ। ହେଲେ ତାଠୁ ଏହା ଆହୁରି ସହଜ, ସରଳ, ଗୃହଧର୍ମୀ, ଯୁକ୍ତିବାଦୀ ଏବଂ ବିଜ୍ଞାନ ସମ୍ମତ କରା ଯାଇଛି। ପ୍ରାଚୀନ ସନାତନ ଧର୍ମର ସହିତ ମତୁୟାଧର୍ମର ବହୁଲାଂଶରେ ମିଲ ଅଛି। ସାମ୍ୟ ଓ ନ୍ୟାୟ-ନୈତିକତାକୁ ଭିତ୍ତି କରି ଗଡ଼ା ଆଦି ସନାତନଧର୍ମରେ କୌଣସି ବର୍ଣଭେଦ ନ ଥିଲା, ଜନ୍ମଗତ କାରଣରୁ କେହି ଉଚ୍ଚ, କେହି ନୀଚ ଥିଲେ ନାହିଁ। ସମାଜର ସବୁ ବିଷୟରେ ସକଲଂକ ଥିଲା ସମାନାଧିକାର। ମତୁୟାଧର୍ମ ମଧ୍ୟ ଏହି ସବୁ ଭିତ୍ତି କରି ପ୍ରବର୍ତିତ ହୋଇଛି। ଏଥିପାଇଁ ଏହି ଧର୍ମକୁ ସୂକ୍ଷ୍ମ ସନାତନଧର୍ମ ନାମରେ ଅଭିହିତ କର ଜାଏ। ପ୍ରକୃତରେ ଏହି ନାମଟି ସଠିକ ଭାବରେ ମତୁୟାଧର୍ମ ସହିତ ପ୍ରଯୋଜ୍ୟ।
ବୈଦିକ ବା ହିନ୍ଦୁଧର୍ମକୁ କେବେ ହେଲେ ସନାତନଧର୍ମ କହିବା ଠିକ ନୁହେଁ। କାରଣ, ବୈଦିକଧର୍ମ ହୋଇଛି ଊଚ୍ଚ-ନୀଚ, ବର୍ଣପ୍ରଥା, ଜାତିପ୍ରଥା ସହ ଗୋଟିଏ ଅସାମ୍ୟର ଧର୍ମ। ସନାତନଧର୍ମରେ ଅସାମ୍ୟର କୌଣସି ସ୍ଥାନ ନ ଥିଲା। ଏହା ଛଡ଼ା ବୈଦିକ ଧର୍ମରେ ବିଭିନ୍ନ ସମୟରେ ଏତେ ରଦବଦଳ କରା ଯାଇଛି ଯେ, ଏହାର ସନାତନତ୍ବ ଆଉ କିଛି ଅବଶିଷ୍ଟ ନାହିଁ।
ମତୁୟାଧର୍ମକୁ ବୌଦ୍ଧଧର୍ମର ନବ-ସଂସ୍କରଣ ବୋଲି କୁହା ଯାଏ। ହରିଚାଁଦ ଠାକୁରଙ୍କ ଜୀବନୀଜାର ତାରକଚନ୍ଦ୍ର ସେଥିପାଇଁ ଲେଖିଛନ୍ତି—
"ବୁଦ୍ଧେର କାମନା ତାହା ପରିପୂର୍ଣ ଜଣ୍ୟ।
ୟାଶୋମନ୍ତ ଗୃହେ ହରି ହୈଲ ଅବତୀର୍ଣ।।"
ଅର୍ଥାତ୍ ଗୌତମ ବୁଦ୍ଧଙ୍କ କାମନା ପୂରଣ କରିବା ଉଦ୍ଦେଶ୍ୟରେ ୟାଶୋମନ୍ତ ଠାକୁରଙ୍କ ଗୃହରେ ହରିଚାଂଦଙ୍କ ଜନ୍ମ ହୋଇଛି। ଗୌତମ ବୁଦ୍ଧଙ୍କ ଆଦର୍ଶ ପ୍ରଚାର କରିବା ଉଦ୍ଦେଶ୍ୟରେ ହରିଚାଁଦ ଠାକୁର କାଂକ ଏହି ମହାନ ଅବୈଦିକ ମତୁୟାଧର୍ମ ପ୍ରବର୍ତନ କରିଥିଲେ। ତାଂକ ପ୍ରବର୍ତିତ ସହଜ ସରଳ ମତୁୟାଧର୍ମ ପ୍ରଚାରର ସାଂଗେ ସାଂଗେ ଜାତିର ଉନ୍ନତିକଳ୍ପେ ଏବଂ ନିଜସ୍ବ ପ୍ରାଚୀନ ଐତିହ୍ୟକୁ ଫିରୀ ପାଇବା ପାଇଁ ସକଲଂକ ଭିତରେ ଶିକ୍ଷାପ୍ରସାରର ଦରକାର— ଏହି ଉପଦେଶ ମଧ୍ୟ ଦେଇଥିଲେ। ଅବଶ୍ୟ ଶିକ୍ଷାଦାନ ପାଇଁ ସେ ତାଂକ ସ୍ବଳ୍ପକାଲୀନ ଜୀବଦ୍ଦଶାରେ ସେହି ସମୟର ପରିବେଶ ପାରିସ୍ଥିତି ଭିତରେ ବିଶେଷ କିଛି କରି ଯାଇ ପାରି ନ ଥିଲେ। କିଂତୁ ସକଲଂକୁ ଯେମିତି ଉପଦେଶ ଦେଇ ଯାଇଛନ୍ତି, ସେମିତି ତାଂକ ଏହି ଅପୂର୍ଣ କାମକୁ ପୂର୍ଣ କରିବା ପାଇଁ ପୁତ୍ର ଗୁରୁଚାଁଦ ଠାକୁରଙ୍କୁ ନିର୍ଦେଶ ଦେଇ ଯାଇଥିଲେ।
ମତୁୟାଧର୍ମରେ ଗୁରୁଗିରି ଆଉ ଦୀକ୍ଷା ଦେବା କିଂବା ନେବାର କୌଣସି ପ୍ରଥା ନାହିଁ। ମତୁୟାମାନଂକ ଏକମାତ୍ର ଗୁରୁ ହେଉଛନ୍ତି ହରିଚାଁଦ ଠାକୁର। ପୁଣି ମତୁୟାଧର୍ମରେ ତୀର୍ଥଭ୍ରମଣ କରିବାକୁ ମନା କରା ଯାଇଛି। ଅଯଥା ଅର୍ଥବ୍ୟୟ କରି ତୀର୍ଥଭ୍ରମଣରେ କୌଣସି ଲାଭ ହୁଏ ନାହିଁ। ସେଥିରେ ଶୁଧୁମାତ୍ର ବ୍ରାହ୍ମଣମାନଂକହିଁ ଲାଭ ହୋଇଥାଏ। ଏହା ବଦଳରେ ସମସ୍ତ ଧର୍ମକର୍ମ ଅର୍ଥାତ୍ ସତ୍କାର୍ଯ, ସତ୍ ଚିନ୍ତା, ମଣିଷର ସେବା ଗୃହରେ ରହି କରିବାକୁ ନିର୍ଦେଶ ଦିୟା ଯାଇଛି। ସେଥିପାଇଁ ମତୁୟାଧର୍ମକୁ ଗାର୍ହସ୍ଥ୍ୟ ଧର୍ମ ମଧ୍ୟ କୁହା ଯାଏ। ହରିଚାଁଦ ଠାକୁର କହିଛନ୍ତି—
"ଦୀକ୍ଷା ନାଇ କରିବେ ନା ତୀର୍ଥ ପର୍ଯଟନ।
ମୁକ୍ତି ସ୍ପୃହା ଶୁନ୍ୟ ନାଇ ସାଧନ ଭଜନ।।"
କିଛି କିଛି ମତୁୟା ଗୋସାଇଁ ମହର୍ଷି, ଆନନ୍ଦ, ଗୋସ୍ବାମୀ, ମହାରାଜ ଆଦି ବ୍ରାହ୍ମନ୍ୟଧର୍ମୀ ଉପାଧି ସ୍ବୟଂ ଧାରଣ କରି ଗୁରୁ ସାଜି ଦୀକ୍ଷା ଦେଇ ବୁଳନ୍ତି। କିଂତୁ ମତୁୟାଧର୍ମ ଏସବୁ ଅନୁମୋଦନ କରେ ନାହିଁ। ଏଗୁଡ଼ିକ ମତୁୟାଧର୍ମରେ ସମ୍ପୂର୍ଣ ନିଷିଦ୍ଧ। ଯେଉଁମାନେ ଏନବୁ କରନ୍ତି, ସେମାନେ ହରି-ଗୁରୁଚାଁଦଙ୍କ ଧର୍ମଦର୍ଶନ ନ ବୁଝି ବୈଦିକଧର୍ମର ଅନୁସରଣ କରି ଏସବୁ କରିଥାନ୍ତି। ଅଥବା ଚତୁରତା କରି ମଣିଷକୁ ଛଳନା କରି ଠକି ଦେଇ ଅର୍ଥ ଉପାର୍ଜନ କିଂବା ଅନୈତିକ ସୁବିଧା ଆଦାୟ କରିଥାନ୍ତି। ସେମାନଂକ ଉଚିତ ମତୁୟାଧର୍ମର ଦର୍ଶନ ସଠିକ ଭାବରେ ଉପଲବ୍ଧି କରି ମନପ୍ରାଣରେ ଖାଣ୍ଟି ମତୁୟା ହୋଇ ଅବିଲମ୍ବରେ ଏସବୁ ପରିତ୍ୟାଗ କରିବା। 
ଆଜିକାଲି ଲୋକମାନେ ମତୁୟାଧର୍ମମତ ଅନୁସାରେ କ୍ରିୟାକର୍ମ କରିବା ପାଇଁ ବହି ଲେଖିଛନ୍ତି। ସେଥିରେ ଗୁରୁପୂଜା, ଅଂଜଲୀ, ନୈବେଦ୍ୟ ଆଦି ପାଇଁ ବଂଲା ଅକ୍ଷରରେ ସଂସ୍କୃତ ମନ୍ତ୍ର ମଧ୍ୟ ଲେଖିଛନ୍ତି। ଏହା କଣ ସେମାନଂକ ମୂର୍ଖତାର ପରିଚୟ ନୁହେଁ? ଯେଉଁ ଧର୍ମରେ ଗୁରୁଙ୍କ କୌଣସି ଅସ୍ତିତ୍ବ ନାହିଁ, ପୂଜାର କୌଣସି ସ୍ଥାନ ନାହିଁ, ସେଠାରେ ଏସବୁ କେମିତି ଥାଇ ପାରେ? ବିଶେଷ କରି ତାହା ସଂସ୍କୃତ ଭାଷାରେ ଲେଖା କାହିକି? ସଂସ୍କୃତ କଣ ମତୁୟାମାନଂକ ଭାଷା? ହରିଚାଁଦ ଠାକୁର କଣ ସଂସ୍କୃତ ଭାଷାରେ କଥା କହୁଥିଲେ? ଏ ସମସ୍ତହିଁ ବ୍ରାହ୍ମଣ୍ୟବାଦୀ କୁସଂସ୍କାର ଛଡ଼ା ଆଉ କିଛି ନୁହେଁ। ଏସବୁ କରିବାର ଅର୍ଥ ହେଲା— ମତୁୟାଧର୍ମକୁ ବୈଦିକବାଦୀ କରି ଗଡ଼ି ତୋଳିବା। ଏହା ଫଳରେ ପୈତାଧାରୀ ବ୍ରାହ୍ମଣକୁ ବର୍ଜନ କରାହିଁ ହୋଇଛି। ବୈଦିକ ସଂସ୍କାର— ହରିଚାଁଦ ଠାକୁର ଯାହାକୁ ଘୋରତର ବିରୋଧ କରିଥିଲେ, ସେଥିରୁ ବାହାରି ଆସି ସମ୍ପୂର୍ଣ ମତୁୟାଧର୍ମ ମତରେ କ୍ରିୟା ହେଉ ନାହିଁ।
ଆମର ମନେ ରଖିବାକୁ ହେବ ଯେ ମତୁୟାଧର୍ମ ଆଉ ହିନ୍ଦୁଧର୍ମ ଏକ ନୁହେଁ। ହିନ୍ଦୁଧର୍ମ ହେଲା ବୈଦିକ ଧର୍ମ, ଆଉ ମତୁୟାଧର୍ମ ହେଲା ସମ୍ପୂର୍ଣ ସ୍ବତନ୍ତ୍ର ଗୋଟିଏ ଅବୈଦିକ ଧର୍ମ। ହିନ୍ଦୁଧର୍ମର ସାଂଗେ ଏହାର ଆକାଶ ପାତାଲ ତଫାତ୍। ଅଳ୍ପ କଥାରେ ଏଗୁଡ଼ିକ ବୁଝାଇ କହିବା କଷ୍ଟକର। ତଥାପି ପର୍ଯାୟକ୍ରମରେ ମୋଟାମୋଟି ଏଠାରେ ଉଲ୍ଲେଖ କର ଯାଇଛି—
୧) ମତୁୟାଧର୍ମ ଯେ ହିନ୍ଦୁଧର୍ମରୁ ଅଲଗା, ତାର ପ୍ରଥମ ଏବଂ ପ୍ରଧାନ ପ୍ରମାଣ ହେଲା— "ବେଦବିଧି ନାହିଁ ମାନେ ମତୁୟାରଗଣ।" ବେଦ ହେଉଛି ହିନ୍ଦୁମାନଂକ ପ୍ରକୃତ ଧର୍ମଗ୍ରନ୍ଥ, ସର୍ବଜନମାନ୍ୟ। ହିନ୍ଦୁଂକ ମତରେ ବେଦ ଅଭ୍ରାନ୍ତ, ବେଦ ସମ୍ପର୍କରେ କୌଣସି ପ୍ରଶ୍ନ କରିବା ଚଲିବ ନାହିଁ। ଏଥିପାଇଁ ହିନ୍ଦୁଧର୍ମର ପ୍ରକୃତ ନାମ ବୈଦିକଧର୍ମ। ତା ହେଲେ ଯେଉଁମାନେ ବେଦକୁ ମାନନ୍ତି ନାହିଁ, ସେମାନେ କିପରି ହିନ୍ଦୁ ହେବେ? ଏହା ନିତାନ୍ତ ଅମୂଳକ।
୨) ହିନ୍ଦୁ ତଥ୍ୟ ବ୍ରାହ୍ମଣ୍ୟ ଦର୍ଶନରେ ଗୋଟିଏ ମତବାଦ ହେଉଛି— ଆତ୍ମାର ମୁକ୍ତିଲାଭ ପାଇଁ ବୈଦିକ ଯଜ୍ଞ ଓ ଧର୍ମୀୟ ଅନୁଷ୍ଠାନ ଯଥାଯଥ ରୂପେ ସମ୍ପନ୍ନ କରିବା ଏବଂ ବ୍ରାହ୍ମଣକୁ ଉପହାର ଆଦି ଦାନ କରିବା। ଯାଗଯଜ୍ଞ ମାନେ ବଲିଦାନ ପ୍ରଥା ଅର୍ଥାତ୍ ଜୀବହତ୍ୟ। ଜୀବହତ୍ୟ କରି ଏବଂ ବ୍ରାହ୍ମଣକୁ ଦାନ କରି ଧର୍ମଲାଭ ତଥା ମୁକ୍ତିଲାଭ ହୁଏ, ଏ କଥା ଠାକୁର ହରିଚାଁଦ ମାନନ୍ତି ନାହିଁ ବୋଲି ମତୁୟାଧର୍ମରେ ଏସବୁ ନାହିଁ।
୩) ବ୍ରାହ୍ମଣ୍ୟ ଦର୍ଶନରେ ଆଉ ଗୋଟିଏ ମତବାଦ ହେଉଛି— ଚତୁର୍ବର୍ଣର ବ୍ୟବସ୍ଥା। ଏହା ହେଲା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଏବଂ ଶୂଦ୍ର, ଏହି ଚାରଟି ବର୍ଣର ସମାଜ ବ୍ୟବସ୍ଥା। ଏହି ସମାଜ ବ୍ୟବସ୍ଥା ବେଦରେ ଅଛି। ବେଦ ଯେହେତୁ ଅଭ୍ରାନ୍ତ ଏହାଂ ବେଦର କର୍ତୃତ୍ବଯେହେତୁ ପ୍ରଶ୍ନାତିତ, ସେଇ ହେତୁ ଏହି ସମାଜ ବ୍ୟବସ୍ଥା ମଧ୍ୟ ଅବଶ୍ୟ ପାଲନୀଯ ଏବଂ ପ୍ରଶ୍ନାତିତ। ଏହି ସମାଜବ୍ୟବସ୍ଥାରେ ସାମ୍ୟ ରହିବା ନାହିଁ। ସର୍ବୋଚ୍ଚରେ ରହିବେ ବ୍ରାହ୍ମଣ। ବ୍ରାହ୍ମଣଙ୍କ ତଳରେ କ୍ଷତ୍ରିୟ, କିଂତୁ ସେମାନେ ଅବଶ୍ୟ ରହିବେ ବୈଶ୍ୟର ଉପରକୁ। ବୈଶ୍ୟ କ୍ଷତ୍ରିୟଙ୍କ ତଳରେ, କିଂତୁ ଶୂଦ୍ରଂକ ଉପରକୁ। ଆଉ ଶୂଦ୍ରମାନେ ରହିବେ ସବୁଠାରୁ ତଳରେ। କିଂତୁ ମତୁୟାଧର୍ମରେ ବର୍ଣବ୍ୟବସ୍ଥା ନାହିଁ। ସୁତରାଂ ଉଚ୍ଚ-ନୀଚ ଭେଦଭାବ ମଧ୍ୟ ନାହିଁ। ସବୁ ମଣିଷ ସମାନ।
୪) ବ୍ରାହ୍ମଣ୍ୟ ସମାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଣର ପେଶା ମଧ୍ୟ ନିର୍ଦିଷ୍ଟ କରି ଦିୟା ଯାଇଛି। ବ୍ରାହ୍ମଣର ପେଶା ଶିକ୍ଷାଲାଭ, ଶିକ୍ଷାଦାନ ଏବଂ ଧର୍ମୀୟ ଅନୁଷ୍ଠାନ ଉଦ୍ଯାପନ କରିବା। କ୍ଷତ୍ରିୟମାନଙ୍କ ପେଶା ଯୁଦ୍ଧ ଏବଂ ରାଜ୍ୟଶାସନରେ ଅଂଶଗ୍ରହଣ କରିବା, ବୈଶ୍ୟର ପେଶା ବ୍ୟବସାବାନିଜ୍ୟ ଆଉ କୃଷିକାର୍ଯ ଏବଂ ଶୂଦ୍ରର ପେଶା ଅନ୍ୟ ତିନ ବର୍ଣର ସେବା କରିବା। ଏହି ପେଶାର କୌଣସି ପରିବର୍ତନ କରା ଚାଲିବ ନାହିଁ। ବଂଶାନୁକ୍ରମରେ ଏହା ଚାଲୁ ରହିବ। ଏହା ଛଡ଼ା ବିଦ୍ୟଶିକ୍ଷା କରିବାର ଅଧିକାରରୁ ସମଗ୍ର ନାରୀସମାଜ ଓ ଶୂଦ୍ରମାନଂକୁ ବଂଚିତ କରା ଯାଇଛି।
କିଂତୁ ମକୁୟାଧର୍ମରେ ନାରୀପୁରୁଷ ସବୁମାନଂକ ପାଇଁ ସମାନ ଅଧିକାର ସ୍ବୀକୃତ। ସବୁ ମଣିଷର ବିଦ୍ୟଶିକ୍ଷା କରିବାର ଅଧିକାର ଅଛି। ବରଂ ଶିକ୍ଷାହୀନମାନଂକୁ ଶିକ୍ଷା ପ୍ରତି ଆହୁରି ବେଶୀ ଜୋର ଦିୟା ଯାଇଛି। ପୁଣି ବର୍ଣବିଭାଗ ବୋଲି କିଛି ନ ଥିବାରୁ ଯୋଗ୍ୟତା ଅନୁସାରେ ଯେ କେହି ଯେ କୌଣସି ପେଶା ଗ୍ରହଣ କରି ପାରନ୍ତି। ବଂଶଗତ ବା ପୁରୁଷାନୁକ୍ରମର ପେଶା ଗ୍ରହଣ କରିବାକୁ ପଡ଼ିବ ଏପରି କିଛି ନିୟମ ନାହିଁ।
୫) ବୈଦିକ ଧର୍ମ ଯୁକ୍ତି-ବିଜ୍ଞାନ ବହିର୍ଭୂତ ଅଲୀକ କଲ୍ପନା ଉପରେ ପ୍ରତିସ୍ଠିତ ହୋଇଛି। ବର୍ଣଭିତ୍ତିକ ସମାଜ ବ୍ୟବସ୍ଥାରେ ଏହି ଧର୍ମରେ ସର୍ବୋପରି ବ୍ରାହ୍ମଣ ରହିଛି ବୋଲି ଏହାର ଆଉ ଏକ ନାମ ହେଲା ବ୍ରାହ୍ମଣ୍ୟଧର୍ମ। ଏହି ଧର୍ମମତରେ ବ୍ରହ୍ମାର ମୁହରୁ ବ୍ରାହ୍ମଣ, ବାହୁରୁ  କ୍ଷତ୍ରିୟ, ଊରୁରୁ ବୈଶ୍ୟ ଏବଂ ପାଦରୁ ଶୂଦ୍ରର ସୃଷ୍ଟି ହୋଇଛି। ବେଦ, ବ୍ରାହ୍ମଣ, ଗୀତା, ଭାଗବତ, ରାମାୟଣ, ମହାଭାରତ ଆଦି ସବୁ ଶାସ୍ତ୍ରଗ୍ରନ୍ଥରେ ବର୍ଣବାଦର କଥା ଅଛି। ମୂଳରେ ଚାରିବର୍ଣୀୟ ହେଲେ ମଧ୍ୟ ବର୍ଣ ଭିତରେ ପୁଣି ହଜାର ହଜାର ଜାତିରେ (ଛଅ ହଜାରରୁ ଅଧିକ) ବିଭକ୍ତ। ଏକ ଜାତିର ଅନ୍ୟ ଜାତି ସହିତ ବିବାହ ବା କୌଣସି ସାମାଜିକ କ୍ରିୟା ଚାଲୁ ନାହିଁ। ଏକ ଜାତି ଅନ୍ୟ ଜାତିର ଆହାର ଗ୍ରହଣ କରୁ ନାହିଁ। ସବୁକିଛି ମଧ୍ୟରେ ବିଭେଦ। ନିମ୍ନବର୍ଣର ହିନ୍ଦୁ ଯେତେ ଚରିତ୍ରବାନ, ଆଧ୍ୟାତ୍ମିକ ଗୁନସମ୍ପନ୍ନ ହୋଉ ନା କାହିଁକି, ସେ କୌଣସି ବ୍ରାହ୍ମଣର ସମକକ୍ଷ ହୋଇ ପାରିବ ନାହିଁ। ଧର୍ମୀୟ କାମର ଅଧିକାରୀ ଏକମାତ୍ର ବ୍ରାହ୍ମଣ। ନିମ୍ନବର୍ଣର ଲୋକମାନଂକ ବେଦ ପାଠର ଅଧିକାର ମଧ୍ୟ ନାହିଁ। ବେଦ ମାନିବାକୁ ହେବ ଅଥଚ ପଢ଼ି ପାରିବ ନାହିଁ— ଏହା ପରସ୍ପର ବିରୋଧୀ କଥା।  ବ୍ରାହ୍ମଣମାନେ ବେଦବାକ୍ୟ ବୋଲି ଯାହା କହିବେ ତାହାକୁ ମାନିବାକୁ ପଡ଼ିବ। ସତ୍ୟମିଥ୍ୟା ଜାଣିବାର ଅଧିକାର କାହାରି ନାହିଁ। ପୁଣି ଏଥିପାଇଁ ଚମତ୍କାର ବ୍ୟବସ୍ଥା ମଧ୍ୟ ରହିଛି— ଲେଖାପଡ଼ା ଶିଖି କେହି ଯେମିତି ବେଦ ପଡ଼ି ନ ପାରେ ସେଥିପାଇଁ ଲେଖାପଡ଼ା ଶିଖିବାହିଁ ମନା!
୬) ବୈଦିକ ଧର୍ମରେ ନାରୀ ନରକର ଦ୍ବାର! ଧର୍ମକର୍ମରେ ତାର କୌଣସି ଅଧିକାର ନାହିଁ। ଶୂଦ୍ର ପରି ନାରୀକୁ ମଧ୍ୟ ବେଦପାଠ ଓ ଶ୍ରବଣ କରିବାର ଅଧିକାର ଦିୟାଯାଇ ନାହିଁ। ମକୁୟାଧର୍ମରେ ଏହି ଅମାନବିକ ରୀତିକୁ ସ୍ଥାନ ଦିୟାଯାଇ ନାହିଁ। ହରିଚାଁଦ ଠାକୁର କହିଛନ୍ତି— "ଭେଦାଭେଦ ଜ୍ଞାନ ନାଇ ନାରୀ କି ପୁରୁଷ।" ଅର୍ଥାତ୍ ନାରୀଏ ଓ ପୁରୁଷ ଭିତରେ କିଛି ପାର୍ଥକ୍ୟ ନାହିଁ। ଅନ୍ୟତ୍ର କହିଛନ୍ତି— "କରିବେ ଗାର୍ହସ୍ଥ୍ୟ ଧର୍ମ ଲୟେ ନିଜ ନାରୀ।" ଅର୍ଥାତ୍ ନିଜ ସ୍ତ୍ରୀକୁ ସାଂଗରେ ନେଇ ଗାର୍ହସ୍ଥ୍ୟ ଧର୍ମ ପାଳନ କରିବାକୁ ହେବ।
୭) ହିନ୍ଦୁଧର୍ମରେ ଅଛି ଅସ୍ପୃଶ୍ୟତା। ନିମ୍ନବର୍ଣର କେତେକ ସମ୍ପ୍ରଦାୟ ଏହାଂ ଆଦିବାସୀ ଶ୍ରେଣୀର ମଣିଷ ଉଚ୍ଚବର୍ଣ ହିନ୍ଦୁମାନଂକ ପାଖରେ ଅସ୍ପୃଶ୍ୟ। ଏ ମାନଂକୁ  ଛୁଁଇଲେ ମଧ୍ୟ ପାପ ହୁଏ, ଜାତି ନଷ୍ଟ ହୁଏ! ପୁଣି ପଶୁବିଷ୍ଠା (ଗୋବର) ଖାଇ, ବ୍ରାହ୍ମଣକୁ ଦକ୍ଷିଣା ଦେଇ ପ୍ରାୟଶ୍ଚିତ୍ତ କରି ଜାତିକୁ ଫେରିବାକୁ ପଡ଼େ। ହିନ୍ଦୁଧର୍ମର ବିଧାନଦାତା ମନୁ ଶୂଦ୍ର ଓ ଅସ୍ପୃଶ୍ୟମାନଂକ ସମ୍ପର୍କରେ କହିଛନ୍ତି— "ବେଦପାଠ ଶ୍ରବଣ କଲେ ଶୂଦ୍ରର କାନ ଭିତରେ ଗଳିତ ଲୌହ, ସୀସା କିଂବା ଲାକ୍ଷା ଦେଇ ବନ୍ଧ କରି ଦେବ; ଉଚ୍ଚାରଣ କଲେ ଜିହ୍ବା କାଟି ପକାଇବ; ଯଦି ମୁଖସ୍ଥ ହୋଇଯିବ ତାର ଦେହକୁ କାଟି ଦ୍ବିଖଣ୍ଡିତ କରିବା।" ପରାଶର ସଂହିତାରେ କୁହା ଯାଇଛି— "ବ୍ରାହ୍ମଣ ଜନ୍ମିବା ସାଂଗେ ସାଂଗେ ଦେବତାମାନଂକ ମଧ୍ୟ ପୂଜ୍ୟ ହୁଏ। ସର୍ବପ୍ରକାର ପାପୀ ହେଲେ ମଧ୍ୟ ବ୍ରାହ୍ମଣକୁ କେବେ ବଧ କରିବା ନାହିଁ।" ହିନ୍ଦୁଶାସ୍ତ୍ରର ସର୍ବତ୍ର ବ୍ରାହ୍ମଣର ଗୁଣଗାନ। "ନିକୃଷ୍ଟ ବ୍ରାହ୍ମଣ ଗୁଣୀ ଶୂଦ୍ରରୁ ଶ୍ରେଷ୍ଠ।" ମତୁୟାଧର୍ମରେ ଜାତିଭେଦ ପ୍ରଥା ନାହିଁ। ମତୁୟାମାନଂକ ଦୃଷ୍ଟିରେ ସବୁ ମଣିଷ ସମାନ। ଜନ୍ମ ଦ୍ବାରା ମଣିଷ ଘୃଣ୍ୟ ବା ପୂଜ୍ୟ ହୁଏ ନାହିଁ, ହୁଏ କର୍ମ ଦ୍ବାରା। ବ୍ରାହ୍ମଣ ବୋଲି କୌଣସି ବିଶେଷ ଅଧିକାରଭୁକ୍ତ ମଣିଷ ମତୁୟାଧର୍ମରେ ନାହିଁ। ମତୁୟାଧର୍ମରେ ପରମ ପୁରୁଷାର୍ଥ ହେଲା ପ୍ରେମ। ପ୍ରେମ ଦ୍ବାରାହିଁ ପ୍ରେମମୟକୁ ମିଲେ।
୮) ହିନ୍ଦୁଧର୍ମର ଲୋକମାନେ ଅନ୍ୟ ଧର୍ମକୁ ଗ୍ରହଣ କରି ପାରେ; କିଂତୁ ଅନ୍ୟ ଧର୍ମର ଲୋକ ହିନ୍ଦୁଧର୍ମ ଗ୍ରହଣ କରି ପାରେ ନାହିଁ। ଏହା ହିନ୍ଦୁଧର୍ମର ବିଧାନ। ଏହି ଭିଧାନ ମତୁୟାମାନେ ମାନନ୍ତି ନାହିଁ। ଅନ୍ୟ ଧର୍ମର ଲୋକ ମତୁୟା ହୋଇ ପାରେ ହରିଚାଁଦ ଠାକୁରଙ୍କ ଆଦର୍ଶ ପାଳନ କରି, ହରିନାମକୁ ଆଶ୍ରୟ କରି।
ଏହା ଛଡ଼ା ହିନ୍ଦୁଧର୍ମ ସହିତ ମତୁୟାଧର୍ମର ଆହୁରି ବହୁତ ପାର୍ଥକ୍ୟ ବହିଛି ଯାହା ମତୁୟାମାନେ  ମାନି ଚଳନ୍ତି ନାହିଁ କିଂବା ସଠିକ୍ ଭାବରେ ଜାଣନ୍ତି ନାହିଁ। ମତୁୟାମାନଂକ ବୈଦିକ ବ୍ରାହ୍ମଣ ଦେଇ ଧର୍ମକାର୍ଯ ସମ୍ପନ୍ନ କରିବାର କୌଣସି ଦରକାର ନାହିଁ। ହରିଚାଁଦପୁତ୍ର ଗୁରୁଚାଁଦ ଠାକୁର କହିଛନ୍ତି— ବେଦବିଧି, ଶୌଚାଚାର, ତନ୍ତ୍ରମନ୍ତ୍ର, ଶୁଭାଶୁଭ— ଏହି ସବୁ କିଛିରେ ତାଂକ ବିଶ୍ବାସ ନାହିଁ। ସେ ମତୁୟାମାନଂକୁ ଏସବୁ ବର୍ଜନ କରିବାକୁ ନିର୍ଦେଶ ଦେଇଛନ୍ତି। ଯାଗଯଜ୍ଞ, ସନ୍ନ୍ୟାସ ବା ବାନପ୍ରସ୍ଥର କୌଣସି ଦରକାର ନାହିଁ। ବ୍ରାହ୍ମଣ ଗୁରୁଂକ ନିକଟରେ ଦୀକ୍ଷା ନେବା କିଂବା ତୀର୍ଥଭ୍ରମଣର ମଧ୍ୟ ଦରକାର ନାହିଁ। ଘରେ ରହି ନିଷ୍ଠା ସହିତ ଗାର୍ହସ୍ଥ୍ୟ ଧର୍ମ ପାଳନର ନିର୍ଦେଶ ଦେଇଛନ୍ତି ସେ।
ପ୍ରକୃତରେ ବ୍ରାହ୍ମଣ୍ୟବାଦୀ ଭାରତବର୍ଷରେ ମତୁୟାଧର୍ମ ପ୍ରବର୍ତନ— ବେଦ, ବ୍ରାହ୍ମଣ, ଯାଗଯଜ୍ଞ ବିରୋଧୀ ଗୋଟିଏ ଧର୍ମାନ୍ଦୋଳନ ବା ଧର୍ମବିପ୍ଳବ ଛଡ଼ା ଆଉ କିଛି ନୁହେଁ। ଜାତପାତ, ଧର୍ମ, ବର୍ଣ, ସମ୍ପ୍ରଦାୟ ଆଦି ବିଭେଦପନ୍ଥୀ ମାନଂକ ବିରୁଦ୍ଧରେ ହରିଚାଁଦ ଠାକୁର କର୍ତୃକ ଏହା ଏକ ଯୁଦ୍ଧ ଘୋଷଣା। ମତୁୟାମାନେ ସେହି ଯୁଦ୍ଧର ଜଣେ ଜଣେ ସୈନିକ, ଯେଉଁ ଯୁଦ୍ଧରେ ନାରୀ ଓ ପୁରୁଷମାନେ ସମାନ ମର୍ଯାଦାରେ ପ୍ରତିଷ୍ଠିତ। 
ମତୁୟାଧର୍ମର ତ୍ରିକୋଣ ଲାଲ ବଂଗର ଚିହ୍ନଟର ତିନ ଦିଗରେ ଧଳା ପ୍ରାନ୍ତରେଖା ଅଛି। ଲାଲ ଅର୍ଥାତ୍ ବିପ୍ଲବ ବା ଅଗ୍ରଗତି ପାଇଁ ଯୁଦ୍ଧ ଏବଂ ଧଳା ଅର୍ଥାତ୍ ଶାନ୍ତିର ପ୍ରତିକ। ପ୍ରକୃତରେ ସମ ଅଧିକାରର ଭିତ୍ତିରେ ସକଲଂକ ସହିତ ଶାନ୍ତିରେ ସହାବସ୍ଥାନ ପାଇଁ ବିପ୍ଲବ। ସମାଜରୁ ଅସ୍ପୃଶ୍ୟତା, ଅସାମ୍ୟ, କୁସଂସ୍କାର, ଅମାନବିକତା ଓ ମାନବୀଯ ଭେଦାଭେଦ ଦୂର କରି ସାମ୍ୟ ପ୍ରତିଷ୍ଠା ପାଇଁ ବିପ୍ଲବ। ପୁଣି ବିପ୍ଲବ ଏବଂ ଯୁଦ୍ଧଜୟର ପ୍ରତୀକ ଯେପରି ମତୁୟାର ଚିହ୍ନଟ— ଯାହା ପ୍ରକୃତରେ ଵିଜଯ ପ୍ରତୀକ— ସେହିପରି ସେହି ଯୁଦ୍ଜଜୟର ଘୋଷଣା ତଥା ଉନ୍ମାଦନାକୁ ଅଧିକ ମଣିଶଂକ ପାଖରେ ପହଞ୍ଚାଇ ଦେଇ ଉଦ୍ବୁଦ୍ଧ  କରିବାକୁ ଧ୍ବନିତ ହୁଏ ଜୟଡଙ୍କା,  କାଁସର ଆଉ ଶିଂଗାର ଧ୍ବନି।
ହରିଚାଁଦ ଠାକୁରଙ୍କ ଦୁଇଟି ପୁତ୍ର ଏବଂ ତିନିଗୋଟି କନ୍ୟା ସନ୍ତାନ ଥିଲେ। ପୁତ୍ରଦ୍ବୟଙ୍କ ନାମ ଯଥାକ୍ରମରେ ଗୁରୁଚରଣ ଓ ଉମାଚରଣ। ଜ୍ୟେଷ୍ଠପୁତ୍ର ଗୁରୁଚରଣ ପରବର୍ତୀ କାଳରେ ଗୁରୁଚାଁଦ ଠାକୁର ନାମରେ ସମାଜରେ ପରିଚିତ ହେଲେ। ସେ ଆଜୀବନ ମତୁୟାଧର୍ମର ପ୍ରଚାର ଓ ପ୍ରସାର କାର୍ଯରେ ନିଜକୁ ନିୟୋଜିତ ରଖିଥିଲେ। ପିତାଂକ ନିର୍ଦେଶରେ ସେ ଦଲିତ ପତିତମାନଂକ ମଧ୍ୟରେ ଶିକ୍ଷାବିସ୍ତାର କାମରେ ଆତ୍ମନିୟୋଗ କରିଥିଲେ। ପ୍ରକୃତରେ ହରିଚାଁଦ ଠାକୁର ତାଂକ ସ୍ବଳ୍ପକାଳର ଜୀବଦ୍ଦଶାରେ ଯେଉଁ କାମକୁ ସମ୍ପୂର୍ଣ କରି ଯାଇ ପାରିଲେ ନାହିଁ, ଗୁରୁଚାଁଦ ଠାକୁର ପିତାନକ ସେହି ଅସମାପ୍ତ କାମକୁ ସମାପ୍ତ କରିଥିଲେ। ସେ ଦଲିତ ପତିତ ଲୋକମାନଂକ ପାଇଁ ଆରମ୍ଭ କରିଥିଲେ ଦେଶବ୍ୟାପୀ ଏକ ବିଶାଳ ଶିକ୍ଷା-ଆନ୍ଦୋଳନ। ତାଂକ ପ୍ରଚେଷ୍ଟା ଫଳରେ ଅବିଭକ୍ତ ବଂଗଦେଶରେ ପ୍ରାୟ ଦୁଇ ହଜାରର ପାଖାପାଖି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ଦେଶର ଆଉ କୌଣସି ନେତା ବା ନେତ୍ରୀ କୌଣସି ତାଂକ ପାଖରେ ଯାଇ ପାରିଲେ ନାହିଁ। 
କିଛି ଲୋକ କହନ୍ତି, ହରିଚାଁଦ ଠାକୁର ବୈଷ୍ଣବଧର୍ମକୁ ସଂସ୍କାର କରି ମତୁୟାଧର୍ମ ପ୍ରବର୍ତନ କରିଛନ୍ତି— ଏହି କଥାରେ କିଛି ସତ୍ୟତା ନାହିଁ। ବୈଶବମାନେ ପୂର୍ବରେ ଯେଉଁଠାରେ ଥିଲେ ଏବେ ମଧ୍ୟ ସେହିଠାରେ ଅଛନ୍ତି। ହରିଚାଁଦ ଠାକୁର ଜାଣିଥିଲେ ବ୍ରାହ୍ମଣ୍ୟଧର୍ମର କିଛି ସଂସ୍କାର କରିବା ସମ୍ଭବ ନୁହେଁ। କାରଣ, ସ୍ବାର୍ଥାନ୍ବେଷୀ ବ୍ରାହ୍ମଣ୍ୟବାଦୀମାନେ କେତେବେଳେ ମଧ୍ୟ ସେମାନଂକ ଧର୍ମର ସଂସ୍କାର ମାନି ନେବେ ନାହିଁ। ସେଥିପାଇଁ ସେ ଧର୍ମହୀନ ମଣିଷଙ୍କ ପାଇଁ ଗୋଟିଏ ନୁଆ ଧର୍ମର ପ୍ରବର୍ତନ କରିଛନ୍ତି। ବୈଷ୍ଣବମାନଂକ କଟାକ୍ଷ କରି ସେ କହିଛନ୍ତି—
"ପାପେର ବେସାତି ସବ ଝୋଲାର ଭିତର।
ଝୋଲା ଫେଲେ ଖୋଲା ହୟେ ନାମ କର ସାର।।"
ଅର୍ଥାତ୍ ଝୋଲା ଭିତରେ ସବୁ ପାପର ବ୍ୟବସା, ଝୋଲା ଛାଡ଼ି ଖୋଲା ମନରେ ନାମ କର, ଅର୍ଥାତ୍ ହରିଚାଁଦ ଠାକୁରଙ୍କ ଆଦର୍ଶକୁ ସ୍ମରଣ କର। ଅନ୍ୟତ୍ର କହିଛନ୍ତି—
"କୋଥାଯ ବ୍ରାହ୍ମଣ ଦେଖ କୋଥାୟ ବୈଷ୍ଣବ।
ସ୍ବାର୍ଥବଶେ ଅର୍ଥଲୋଭୀ ଜାତା ଭଣ୍ଧ ସବ।।
ତନ୍ତ୍ରମନ୍ତ୍ର ଭେକ ଝୋଲା ସବ ଧାଁଧାବାଜୀ।
ପବିତ ହୃଦୟ ବେଖେ ହଓ କାଜେର କାଜୀ।।"
ମତୁୟାଧର୍ମ ସମ୍ପର୍କରେ ଶ୍ରୀଶ୍ରୀହରିଲୀଲାମୃତ ରଚୟିତା ତାରକଚନ୍ଦ୍ର ସରକାର କହିଛନ୍ତି—
"ମାଲା ଟେପା ଫୋଁଟା କାଟା ଜଳ ଫେଲା ନାଇ।
ହାତେ କାମ ମୁଖେ ନାମ ମନ ଖୋଲା ଚାଇ।।"
କେତେକ ଲୋକ କହୁଛନ୍ତି ହରିଚାଁଦ ଠାକୁରଙ୍କ ପୂର୍ବସୂରି ଥିଲେ ଶ୍ରୀଚୈତନ୍ୟ, ଯେ ନୁଆ ଅବତାର ହୋଇ ହରିଚାଁଦ ରୂପେ ଜନ୍ମ ନେଇଥିଲେ। ଏହା ନିତାନ୍ତ ଅଲୀକ କଲ୍ପନାପ୍ରସୂତ ହାସ୍ୟକର କଥା ଛଡ଼ା ଆଉ କିଛି ନୁହେଁ। ମତୁୟାଧର୍ମରେ ଅବତାର ବୋଲି କିଛି ନାହିଁ। ହରିଚାଁଦ ଆଉ ଚୈତନ୍ୟର ଧର୍ମାନ୍ଦୋଳନ ଭିତରେ ବହୁତ ଫରାକ ଥିଲା  ଏବଂ ଦ୍ବିଜନ ଭିତରେ ସାମାଜିକ ଓ ଚରିତ୍ରଗତ ଭାବରେ ମଧ୍ୟ କୌଣସି ମେଲ ନ ଥିଲା।
ଏ କଥା ସତ ଯେ ହରିଚାଁଦ ଠାକୁର ଏବଂ ଚୈତନ୍ୟ ମାନବିକ ମର୍ଯାଦା ପ୍ରତିଷ୍ଠା ପାଇଁ ଚେଷ୍ଟା କରିଥିଲେ। କିଂତୁ କୈତନ୍ୟ ମାନବିକ ମର୍ଯାଦା ପ୍ରତିଷ୍ଠା ପାଇଁ ବୈଦିକ ଆଚାର, ଯାଗଯଜ୍ଞ, ପୁରୋହିତତନ୍ତ୍ର ଆଦିକୁ ଛାଡ଼ି ଦେଇ ପାରି ନ ଥିଲେ। ସେଥି ପାଇଁ ଯବନ ହରିଦାସକୁ ମନ୍ଦିର ଭିତରକୁ ନେଇ ପାରିଲେ ନାହିଁ। ସେ ନିଜେ ମଧ୍ୟ ବ୍ରାହ୍ମଣ ଭିନ୍ନ ଅନ୍ୟ କାହାର ହାତରୁ ଅନ୍ନ ଗ୍ରହଣ କରି ନ ଥିଲେ। ଏହା ଛଡ଼ା ସେ କର୍ମବିମୁଖ ବୈଷ୍ଣବ ସମାଜ ସୃଷ୍ଟିରେ ଉତ୍ସାହ ଦେଇଥିଲେ। ହରିଚାଁଦ ଠାକୁର ଓ ଚୈତନ୍ୟ ମଧ୍ୟରେ ମୂଳ ପାର୍ଥକ୍ୟଗୁଡ଼ିକ ଏଠାରେ ଦିଆ ଗଲା—
୧) ହରିଚାଁଦ ଠାକୁରଙ୍କ ଜନ୍ମ ନମଃଜାତି ଘରେ; ଚୈତନ୍ୟର ଜନ୍ମ ବ୍ରାହ୍ମଣକୁଳରେ।
୨) ହରିଚାଁଦ ଠାକୁର ଗୃହୀ, ଆଦର୍ଶ ଗାର୍ହନ୍ଥ୍ୟ ପ୍ରଥା ଓ ଭୋଗ ଭିତରେ ତ୍ୟାଗ ତାଂକ ପଥ।
୩) ହରିଚାଁଦ ଠାକୁର ତୀର୍ଥଭ୍ରମଣର ବିରୋଧ କରିଥିଲେ; ଚୈତନ୍ୟ ବହୁତ ତୀର୍ଥଭ୍ରମଣ କରିଥିଲେ।
୪) ହରିଚାଁଦ ଠାକୁର ଦୀକ୍ଷାମନ୍ତ୍ର ଓ ଗୁରୁବାଦର ବିରୋଧୀ ଥିଲେ; କିଂତୁ ଚୈତନ୍ୟ ଦୀକ୍ଷାମନ୍ତ୍ର ଓ ଗୁରୁବାଦରେ ବିଶ୍ବାସୀ ଥିଲେ।
୫) ହରିଚାଁଦ ଠାକୁର ବ୍ରାହ୍ମଣ୍ୟତନ୍ତ୍ର, ଶାସ୍ତ୍ର ଓ  ଶାସ୍ତ୍ରାଚାରର ବିରୁଦ୍ଧରେ ମୁଖର ହୋଇଥିଲେ, କିଂତୁ ଚୈତନ୍ୟ ସବୁ ସମୟ ଏହାକୁ ସମର୍ଥନ କରୁଥିଲେ।
୬) ହରିଚାଁଦ ଠାକୁର ନିଜ ସ୍ତ୍ରୀକୁ ସଂଗେ ନେଇ ଗାର୍ହସ୍ଥ୍ୟ ଧର୍ମ ପାଳନ କରିବାକୁ କହିଛନ୍ତି। ଚୈତନ୍ୟ ନିଜ ସ୍ତ୍ରୀକୁ ଛାଡ଼ି ପରକିୟା ସାଧନ କରିଥିଲେ।
ସୁତରାଂ ଏ କଥା ନିଃସଂଶୟରେ କୁହାଯାଏ ଯେ, ହରିଚାଁଦ ଠାକୁର ଏବଂ ଚୈତନ୍ୟ ପରସ୍ପର ଦୁଇ ମେରୁରେ ଅବସ୍ଥାନ କରିଥିଲେ। କାରଣ ହରିଚାଁଦ ଠାକୁରଙ୍କ ଧର୍ମମତ ସ୍ବତନ୍ତ୍ର— ଅବୈଦିକ ମତୁୟାଧର୍ମ ଏବଂ ଚୈତନ୍ୟ ଥିଲେ ବୈଦିକଧର୍ମୀ, ଯାହା କଲ୍ପନା ଉପରେ ପ୍ରତିଷ୍ଠିତ।
ହରିଚାଁଦ ଠାକୁରଙ୍କ ଧର୍ମାନ୍ଦୋଳନରେ ଅଧିକାଂଶ ତଥାକଥିତ ଉଚ୍ଚବର୍ଣୀୟ ହିନ୍ଦୁମାନେ ବିରୋଧିତା କଲେ ମଧ୍ୟ ନମଃ, ପୌଣ୍ଡ୍ର (ପୋଦ), କପାଲୀ,ତେଲୀ, ମାଲି, ଗୟଲା, ମାଲୋ, ମୋଚି ପ୍ରଭୃତି ଅନୁନ୍ନତ ଜାତିସମୂହର ମଣିଷମାନେ କାଂକ ଭକ୍ତ ହୋଇ ଉଠିଥିଲେ। କହିବାକୁ ଗଲେ ସମାଜର ସର୍ବସ୍ତରର ମଣିଷ ଆକୃଷ୍ଟ ହୋଇଥିଲେ। କାଂକ ସାମ୍ୟର ଆଦର୍ଶରେ ଅନୁପ୍ରାଣିତ ହୋଇ ବର୍ଣାଭିମାନ ଦୂରରେ ଫିଙ୍ଗି ପକାଇ ତଥ୍ୟକଥିତ ଉଚ୍ଚବର୍ଣୀୟ ହିନ୍ଦୁମାନଂକ ବହୁତ ଲୋକ ହରିଚାଁଦ ଠାକୁରଙ୍କ ଭକ୍ତ ହୋଇଥିଲେ, ଯାହା ଭିତରେ ଅକ୍ଷୟ ଚକ୍ରବର୍ତି, ମୁନ୍ସେଫ୍ ରସିକ ସରକାର, ରାମଭରତ ମିଶ୍ର, ନବୀଂ ବସୁ ପ୍ରମୁଖର ନାମ ଉଲ୍ଲେଖଯୋଗ୍ୟ।
ହରିଚାଁଦ ଠାକୁର ମାତ୍ର ଛଷଠି ବର୍ଷ ଜୀବିତ ଥିଲେ। ୧୮୭୮ ଖ୍ରୀଷ୍ତାବ୍ଦର ୧୩ ମାର୍ଚ (ବଂଲା ୧୨୮୪) ଭୋର ସମୟରେ ସେ ପ୍ରୟାତ ହେଲେ। କାଂକ ଜନ୍ମଦିନ ପରି ସେହି ଦିନ ମଧ୍ୟ ଥିଲା ବୁଧବାର। ମୃତ୍ୟୁର ପୂର୍ବରୁ ସେ ତାଂକ ଅସମାପ୍ତ କାର୍ଯର ଭାର ତାର ଜ୍ୟେଷ୍ଠପୁତ୍ର ଆଉ ଏକ ମହାମାନବ ଗୁରୁଚାଁଦ ଠାକୁରଙ୍କ ଉପରେ ଅର୍ପଣ କରି ଗଲେ। ଗୁରୁଚାଁଦ ଠାକୁର ପୂର୍ଣ ନିଷ୍ଠା ସହିତ ତାଂକ ପିତାଂକ ନିର୍ଦେଶ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ।
ଆମେ ଆଶ୍ଚର୍ଯ୍ୟର ସହିତ ଲକ୍ଷ୍ୟ କରୁଥାଉ ଯେ, ହରିଚାଁଦ ଠାକୁରଙ୍କ ପରି ଜଣେ ମହାମାନବଂକ କିଂବା ଅନୁନ୍ନତ ଜାତିଗୁଡ଼ିକର କୌଣସି ମହାମାନବଂକ ନାମ ବଂଲା ତଥା ଭାରତର ଇତିହାସର ପୃଷ୍ଠାରେ ସଦେଖା ଯାଉ ନାହିଁ। ଏହାର କାରଣ କଣ?
ବିଦେଶୀ ଆର୍ଯ-ବ୍ରାହ୍ମଣମାନେ ଏ ଦେଶରେ ଆସି ବୈଦିକଧର୍ମ ପ୍ରତିଷ୍ଠା କରି ଯାଗଯଜ୍ଞ, ମନ୍ତ୍ରତନ୍ତ୍ର, ପୂଜାପାର୍ବଣ, ଶ୍ରାଦ୍ଧାଦି କ୍ରିୟା, ପରଲୋକ, ସ୍ବର୍ଗ, ନରକ ଆଦିର ଭୟ ଦେଖାଇ ମୂଲନିବାସୀ ଭାରତୀୟମାନଂକୁ ଶୋଷଣର ବ୍ୟବସ୍ଥା କରି ବିପଥରେ ଚାଳିତ କରିଥିଲେ। ସେମାନଂକୁ ଶୂଦ୍ର ନାମ ଦେଇ, କାହାକୁ ଅସ୍ପୃଶ୍ୟ କରି ଶିକ୍ଷା, ସମ୍ପତ୍ତି ଆଉ ଅନ୍ୟ ସବୁ ଅଧିକାରରୁ ହଜାର ହଜାର ବର୍ଷ ଧରି ବଞ୍ଚିତ କରି ରଖିଥିଲେ। ହରିଚାଁଦ ଠାକୁର ଦେଶର ବ୍ରାହ୍ମଣ୍ୟବାଦୀ ସମାଜପତିମାନଂକ ବିରୁଦ୍ଧରେ ଧର୍ମାନ୍ଦୋଳନ କରିଥିଲେ। ଭେଦ ସୃଷ୍ଟିକାରୀ ବୈଦିକଧର୍ମକୁ ବିରୋଧ କରି ଏକ ସାମ୍ୟବାଦୀ ଧର୍ମର ପ୍ରବର୍ତନ କରିଥିଲେ। ସେ ଆଉ କାଂକ ପୁତ୍ର ଗୁରୁଚାଁଦ ଠାକୁର ସେମାନଂକ କର୍ମ ଦ୍ବାରା ଦେଶର ମୂଲନିବାସୀ ପତିତ, ଅସ୍ପୃଶ୍ୟ ଲୋକମାନଂକୁ ଉଦ୍ବୁଦ୍ଧ କରି ବିଦ୍ୟାଶିକ୍ଷା କରି ଜ୍ଞାନାର୍ଜନ କରିବାକୁ କହିଥିଲେ ଏବଂ ଏଥିପାଇଁ ବ୍ୟାପକ ପ୍ରଚାରର ବ୍ୟବସ୍ଥା ମଧ୍ୟ କରିଥିଲେ। ପ୍ରକୃତରେ ଅନୁନ୍ନତ ଲୋକମାନଂକ ଉନ୍ନତି ପାଇଁ ସେମାନେ ସର୍ବଦା ସଚେଷ୍ଟ ଥିଲେ। ଏହା ଥିଲା ବ୍ରାହ୍ମଣ୍ୟବାଦୀମାନଂକ ସ୍ବାର୍ଥର ପରିପନ୍ଥୀ। ଆଜି ପର୍ଯନ୍ତ ସେହି ବ୍ରାହ୍ମଣ୍ୟବାଦୀ ଜନଗୋଷ୍ଥୀର ଲୋକମାନେ ଭାରତର ମୂଳ କ୍ଷମତାରେ ଅଧିଷ୍ଠିତ। ସେମାନେ ଜାଣିଛନ୍ତି ଯେ, ହରିଚାଁଦ ଗୁରୁଚାଁଦଙ୍କ ଭାବାଦର୍ଷରେ ଶିକ୍ଷିତ ହେବାର ଅର୍ଥ ହେଲା ପ୍ରକୃତ ସତ୍ୟ ଜାଣିବା ଓ ସେମାନଂକ ସ୍ବାର୍ଥହାନି ଘଟିବାର ପଥ ପ୍ରଶସ୍ତ ହେବା। ସେଥିପାଇଁ ସେମାନେ କେବେହେଲେ ମଧ୍ୟ ହରିଚାଁଦ ଠାକୁର, କାଂକ ପୁତ୍ର ଗୁରୁଚାଁଦ ଠାକୁର ଏବଂ ଏହିପରି ଅନୁନ୍ନତ ସମ୍ପ୍ରଦାୟର ମହାମାନବମାନଂକ ଆଦର୍ଶକୁ ପ୍ରଚାର ନା କରିବା ପାଇଁ ସେମାନଂକ ନଂ ଇତିହାସର ପୃଷ୍ଠାରେ ସ୍ଥାନ ଦେଇ ନାହିଁ।

।।  ପଞ୍ଚମ ପରିଚ୍ଛେଦ ।।
ହରିଚାଁଦ ଠାକୁରଙ୍କ ଜୀବନୀ ଅବଲମ୍ବନ କରି ସର୍ବପ୍ରଥମ କବି ତାରକଚନ୍ଦ୍ର ସରକାର ଖଣ୍ଡିଏ ଗ୍ରନ୍ଥ ଲେଖିଛନ୍ତି। ଗ୍ରନ୍ଥାଟିର ନାମ "ଶ୍ରୀଶ୍ରୀହରିଲୀଲାମୃତ"। ତାରକଚନ୍ଦ୍ରସରକାର ଜଣେ କବିୟାଲ ଥିଲେ। ହିନ୍ଦୁମାନଂକ ବେଦ, ପୁରାଣ, ରାମାୟଣ, ମହାଭାରତ, ଭାଗବତ, ଚୈତନ୍ୟଚାରିତାମୃତ ଆଦି ପାଠ କରି ସେହି ଭାବଧାରାରେ ପୁଷ୍ଟ ହୋଇ ସେ କବିଗାନ କରିଥାନ୍ତି। ହରିଚାଁଦ ଠାକୁରଙ୍କ ପରମ ଭକ୍ତ ମୃତ୍ୟୁଞ୍ଜୟ ବିଶ୍ବାସ ଓ ଦଶରଥ ବିଶ୍ବାସର ଅନୁରୋଧରେ ସେ ସେହି ଗ୍ରନ୍ଥ ଲିଖିବାକୁ ରାଜୀ ହୋଇଥିଲେ। ଗ୍ରନ୍ଥାଟିର ନାମ ପ୍ରଥମେ ଥିଲା "ଶ୍ରିହରିଚରିତ୍ରସୁଧା", ପରେ ଗୁରୁଚାଁଦପୁତ୍ର ଶଶିଭୂଷଣ ଠାକୁର ନାମ ରଖିଥିଲେ "ଶ୍ରୀଶ୍ରୀହରିଲୀଲାମୃତ"। କିଂତୁ ପ୍ରଥମେ ମୃତ୍ୟୁଞ୍ଜୟ ବିଶ୍ବାସ ଓ ଦଶରଥ ବିଶ୍ବାସ ଖଣ୍ଡିଏ ଗ୍ରନ୍ଥ ଲେଖି ହରିଚାଁଦ ଠାକୁରଙ୍କ ଜୀବିତକାଳରେ କାଂକ ପାଖରେ ନେଇ ପାଠ କରି ଶୁନାଇଵା ଦ୍ବାରା ସେ ରାଗୀ ଯାଇ ଗ୍ରନ୍ଥ ଫିଙ୍ଗି ଦେଇଥିଲେ। କାରଣ ହୁଏତ ବୈଦିକ ଭାବଧାରାରେ ପୁଷ୍ଟ ସେହି ଲେଖା ଠାକୁରଙ୍କ ମନଃପୂତ ହୋଇ ନ ଥିବା ଏବଂ ଜୀବିତକାଲରେ କୌଣସି ବ୍ୟକ୍ତିଙ୍କ ଜୀବନୀଗ୍ରନ୍ଥ ଲେଖିବା ଉଚିତ ନୁହେଁ ସେଥିପାଇଁ। କା ପରେ ହରିଚାଁଦ ଠାକୁରଙ୍କ ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ବିଶ୍ବାସ ଓ ଦଶରଥ ବିଶ୍ବାସଙ୍କ ଅନୁରୋଧରେ ତାରକଚନ୍ଦ୍ର ସରକାର ନୁଆ ଭାବରେ ଗ୍ରନ୍ଥ ଲେଖିଥିଲେ। ସେହି ଗ୍ରନ୍ଥ ତାରକଚନ୍ଦ୍ରଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ଛାପା ହୋଇଥିଲା।
କିଂତୁ ଦୁଃଖର ବିଷୟ ତାରକଚନ୍ଦ୍ର ସରକାର ଲିଖିତ ମୂଳ ପାଣ୍ଡୁଲିପି ଛାପିଵ ସମ୍ଭବ ହୋଇ ନ ଥିଲା। କାରଣ ଏହି ସମୟରେ "ଭାଷା ସପ୍ତସତୀ ସମିତି" ବହୁତ ଜାଗାରେ ଆପତ୍ତି କରି ପ୍ରକାଶର ଛାଡ଼ପତ୍ର ଦେଇ ନ ଥିଲେ। ସେମାନେ ସେହି ସବୁ ଜାଗାରେ ଲେଖା ପରିବର୍ତନ କରିବାର ନିର୍ଦେଶ୍ ଦେଇଥିଲେ। ଏହା ଛଡ଼ା ସେହି ସମୟରେ ପ୍ରକାଶକମାନେ ଅଧିକାଂଶ ଥିଲେ ବୈଦିକ ଧର୍ମର ଉଚ୍ଚବର୍ଣୀୟ ଲୋକ। କିଂତୁ "ଶ୍ରୀଶ୍ରୀହରିଲୀଲାମୃତ" ଗ୍ରନ୍ଥ ଥିଲା ବୈଦିକ ଧର୍ମର ବିରୁଦ୍ଧରେ ଅବୈଦିକ ମତୁୟାଧର୍ମର କଥା। ତା ସହିତ ଉଚ୍ଚବର୍ଣର ଲୋକମାନଂକ ଦ୍ବାରା ଅତ୍ୟାଚାର ନିପୀଡ଼ନର ଇତିହାସ, ନିମ୍ନବର୍ଣର ଲୋକମାନଂକ ଅଧିକାର ଆଦାୟ କରିବାର ସଂଗ୍ରାମୀ ଦଲିଲ। ସେଥିପାଇଁ ପ୍ରଥମେ ଗ୍ରନ୍ଠଟି ଛାପିବା ସମ୍ଭବ ହୋଇ ନାହିଁ। ସେହି ସମୟରେ ତରକଚନ୍ଦ୍ର ସରକାର ଜୀବିତ ନ ଥିଲେ ବୋଲି ଆଉ ଜଣେ କବିୟାଲ ହରିବର ସରକାର ସେହି ପରିବର୍ତନର କାମ କରିଥିଲେ; ତଥାପି ପ୍ରେସର କର୍ମକର୍ତାକୁ କୋଡ଼ିଏ ଟଙ୍କା ଲାଞ୍ଚ ଦେଇ ୧୯୧୬ ଖ୍ରୀସ୍ଟାବ୍ଦରେ ଗ୍ରନ୍ଠଟି କଲିକତାର ଛିଦାମ ମୁଦି ଲେନର ଶାସ୍ତ୍ର ପ୍ରଚାର ପ୍ରେସରୁ ଛାପା ହୋଇଥିଲା। ଗ୍ରନ୍ଥ ପ୍ରକାଶର ସମସ୍ତ ଖର୍ଚ ଦେଇଥିଲେ ଗୋପାଲ ହାଓଲାଦାର। ସେ ଗୋପାଲ ସାଧୁ ନାମରେ ଖ୍ୟାତ ଥିଲେ। ଗ୍ରନ୍ଥାତିର ପ୍ରକାଶକ ଥିଲେ କବିୟାଲ ହରିବର ସରକାର। 
"ଶ୍ରୀଶ୍ରୀହରିଲୀଲାମୃତ" ଗ୍ରନ୍ଥର ଲେଖକ କବି ତାରକଚନ୍ଦ୍ର ବର୍ତମାନ ବଂଲାଦେଶର ଯଶୋହର ଜିଲ୍ଲାର ଜୟପୁର ଗ୍ରାମରେ ୧୮୪୭ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ତାଂକ ପିତାଂକ ନାମ କାଶୀନାଥ ସରକାର ଓ ମାତାଂକ ନାମ ଅନ୍ନଦା।  ତାଂକ ପିତା ମଧ୍ୟ ଜଣେ କବିୟାଲ ଥିଲେ। ପିଲାଦିନରେ ତାରକଚନ୍ଦ୍ର ଛାଁତରା ଗ୍ରାମର ପାଠଶଲାରେ ପାଠ ପାଢ଼ୁଥିଲେ।  ପିତାଂକ ସାଂଗେ ବାଲ୍ୟକାଳରୁ ସେକବିଗାନ ଦଳରେ ଥିଲେଏବଂ ବୈଦିକ ଧର୍ମର ବହୁତ ଶାସ୍ତ୍ରଗ୍ରନ୍ଥ, ରାମାୟଣ, ମହାଭାରତ, ପୁରାଣ ଆଦି ଅଧ୍ୟୟନରେ ନିବିଷ୍ଟ ଥିଲେ।  ଅଳ୍ପ ବୟସରେ ତାଂକ ପିତୃବିୟୋଗ ହେବା ପରେ ସେହିସବୁ ବୈଦିକତାପୁଷ୍ଟ ଭାବଧାରାରେ କବିଗାନ ଗାଇବାକୁ ଆରମ୍ଭ କଲେ।  ଏହି କାରଣରେ ତାରକଚନ୍ଦ୍ରର ଲେଖା ଗ୍ରନ୍ଥାରେ ଅବୈଦିକ ମତୁୟାଧର୍ମର କଥାରେ ବହୁତ ଜାଗାରେ ବଡିକ ଭାବଧାରା ପ୍ରକଟ ହୋଇ ପଡ଼େ। ପରବର୍ତୀକାଳରେ ସେ ପ୍ରଖ୍ୟାତ କବିୟାଲ ହିସାବରେ ତତ୍କାଳୀନ ଅବିଭକ୍ତ ବଂଗଦେଶରେ ପ୍ରଭୂତ ସୁନାମ ଅର୍ଜନ କରିଥିଲେ।  ୧୯୧୪ ଖ୍ରୀସ୍ଟାବ୍ଦରେ ତାଂକ ମୃତ୍ୟୁ ହୁଏ।  ଶ୍ରୀଶ୍ରୀହରିଲୀଲାମୃତ ଗ୍ରନ୍ଥଟି ହରିଚାଁଦ ଠାକୁରଙ୍କ ମୃତ୍ୟୁର ୨୫ ବର୍ଷ ପରେ ଏବଂ ତାରକଚନ୍ଦ୍ରଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ୧୯୧୬ ଖ୍ରୀସ୍ଟାବ୍ଦରେ ପ୍ରଥମ ପ୍ରକାଶିତ ହୁଏ।
ଶ୍ରୀଶ୍ରୀହରିଲୀଲାମୃତ ଗ୍ରନ୍ଥ ଭିତରେ ବହୁତ ଜାଗାରେ ଅଲୌକିକ କାହାଣୀର ଉଲ୍ଲେଖ ଦେଖା ଯାଏ। ସେଗୁଡ଼ିକ ମୂଲତ ସମଯୋପଯୋଗୀ ସାଧାରଣ ମଣିଷଙ୍କ ଗ୍ରହଣଯୋଗ୍ୟତାର ଦୃଷ୍ଟିରେ ଗ୍ରନ୍ଥକାର ସନ୍ନିବେଶିତ କରିଥିବେ ବୋଲି ମନେ କରା ଯାଇଛି। କାରଣ, ସେହି ସମୟରେ (ଊନବିଂଶ ଶତକ) ସାହିତ୍ୟ ଥିଲା ମୂଲତ ଭାବବାଦୀ ଏବଂ ଦେଵଦେଵୀ କୈନ୍ଦ୍ରିକ। ସେହି ସମୟର ଶିକ୍ଷାହୀନ କୁସଂସ୍କାରାଚ୍ଛନ୍ନ, ଅନ୍ଧବିଶ୍ବାସୀ ସାଧାରଣ ଲୋକମାନଂକ ଏହିସବୁ ଅଲୌକିକ କାହାଣୀର ଆଶ୍ରୟ ନା ନେଇ ହରିଚାଁଦ ଠାକୁରଙ୍କ ପ୍ରଚାର ଓ ପ୍ରସାର ଘଟାଇବା ସମ୍ଭବ ହେବ ନାହିଁ ବୋଲି ସେ ମନେ କରିଥିବେ। ତେଣୁ ତାରକଚନ୍ଦ୍ର ସରକାର ଶ୍ରୀଶ୍ରୀହରିଲୀଲାମୃତ ଗ୍ରନ୍ଥରେ ଅଲୌକିକ ଘଟଣାର ପ୍ରବେଶ ଘଟାଇଛନ୍ତି ବୋଲି ବହୁତ ଲୋକେ ମନେ କରନ୍ତି। କିଂବା ସେ ନିଜେ ଅଲୌକିକତାକୁ ବିଶ୍ବାସ କରିଥିଲେ ବୋଲି ଲେଖିଛନ୍ତି, ତାହା କହିବା ସମ୍ଭବ ନୁହେଁ। ମାତ୍ରା ଏହା ସତ ଯେ, ଏହି ଗ୍ରନ୍ଥରେ ହରିଚାଁଦ ଠାକୁରଙ୍କ ଜୀବନକାହାନି ଲିପିବଦ୍ଧ ହେଲେଭି ବହୁତ ଅଲୌକିକ କାହାଣୀର ପ୍ରବେଶ ଘଟାଇ ତାରକଚନ୍ଦ୍ର ସରକାର ଅଲୌକିକତା ଦୋଷେ ଦୁଷ୍ଟ କରିଛନ୍ତି, ଯାହା ସେହି ସମୟରେ କୌଶଳଗତ କାରଣରେ ସାର୍ଥକ ହେଲେ ମଧ୍ୟ ବର୍ତମାନ ଆଧୁନିକ ବିଜ୍ଞାନ ମନସ୍କ ଯୁକ୍ତିନିର୍ଭର ମାନବ ସମାଜର ଉଚିତ ସେହିସବୁ ଅଲୌକିକ କାହାଣୀକୁ ବର୍ଜନ କରି ମହାମାନବ ହରିଚାଁଦ ଠାକୁରଙ୍କ ପ୍ରକୃତ ଭାବନା, ଆଦର୍ଶ ଓ ତାଂକ ଧର୍ମ-ଦର୍ଶନକୁ ଗ୍ରହଣ କରିବା। ତାରକଚନ୍ଦ୍ର ସରକାର ମଧ୍ୟ ତାଂକ ଗ୍ରନ୍ଥରେ ସୁଧିଜନଙ୍କୁ ହଂସ ପରି ପାନୀ ହର୍ଜନ କରି ଦୁଗ୍ଧ ପାନ କରିବାକୁ ଅନୁରୋଧ ଜଣାଇଛନ୍ତି। ସେହି ସାଂଗରେ ଆଉ ଗୋଟିଏ କଥା ଆମର ମନେ ରଖିବା ଦରକାର ଯେ, ତାରକଚନ୍ଦ୍ର ସରକାର ଯଦି ଏହି ଗ୍ରନ୍ଥ ନ ଲେଖିଥାନ୍ତେ, ହେଲେ ଆମେ ହରିଚାଁଦ ଠାକୁର ଆଉ ଅବୈଦିକ ମତୁୟା ଧର୍ମ-ଦର୍ଶନ ସମ୍ପର୍କରେ କିଛି ଜାଣି ପାରି ନଥାନ୍ତୁ। ସେଥିପାଇଁ ତାରକଚନ୍ଦ୍ର ସରକାର ପାଖରେ ଆମ୍ଭେମାନେ ଚିରଦିନ ପାଇଁ ଋଣୀ ରହିବୁ। ତାରକଚନ୍ଦ୍ର ସରକାର ଆମ ପାଖରେ ଚିରନମସ୍ୟ ହୋଇ ରହିବେ।

।। ଷଷ୍ଠ ପରିଚ୍ଛେଦ ।।
ସମସ୍ତ ମଣିଷଂକ ସମ ଅଧିକାରହିଁ ହେଲା ମତୁୟାଧର୍ମର ମୂଳ କଥା। ହରିଚାଁଦ ଠାକୁର ଏହି ବିଷୟଟି ଉପରେ ଜୋର ଦେଇଛନ୍ତି ସବୁଠୁ ବେଶୀ। ନାରୀ ଏବଂ ପୁରୁଷ ହିସାବରେ ସମାଜରେ ଯେ ବୈଷମ୍ୟ ବର୍ତମାନ ଥିଲା, କା ବିରୁଦ୍ଧରେ ସେ ଗର୍ଜି ଉଠିଥିଲେ। ବୈଦିକ ଧର୍ମର ଆଇନଗ୍ରନ୍ଥ "ମନୁସଂହିତା"ରେ କୁହା ଯାଇଛି— "ନାରୀ ନରକର ଦ୍ବାର!" ଏହାର ବିରୋଧହିତା କରି ସେ କହିଛନ୍ତି— "ନାରୀକୁ ଅବଜ୍ଞା କରି ଆଦର୍ଶ ଗାର୍ହସ୍ଥ୍ୟ ଧର୍ମ ପ୍ରତିଷ୍ଠା କରା ଜାଏ ନାହିଁ। ନାରିହିଁ ହେଲା ଦୃହର କେନ୍ଦ୍ରଭୂମି। ନାରୀ ଛଡ଼ା ସଂସାର ହୁଏ ନାହିଁ। ନାରୀକୁ ସାଂଗେ ନେଇ ଧର୍ମପଥରେ ଅଗ୍ରସର ହେବାକୁ ପଡ଼େ।" ଏଥିପାଇଁ ସେ ନାରୀଶିକ୍ଷା, ନାରୀର ମର୍ଯାଦା ଆଉ ଅଧିକାର ରକ୍ଷାରେ ସକଲଂକୁ ଜୋର ଦେବାକୁ ନିର୍ଦେଶ ଦେଛନ୍ତି। ଆଜିଠାରୁ ପ୍ରାୟ ଦୁଇ ଶହ ବର୍ଷ ତଳେ ନାରୀ-ଅଧିକାର ସମ୍ପର୍କରେ ସେ କହିଥିଲେ— 
"ସମାଜେ ପୁରୁଷ ପାବେ ଯେଇ ଅଧିକାର।
ନାରୀଓ ପାଇବେ ତାହା କରିଲେ ବିଚାର।।"
ଅର୍ଥାତ୍ ନାରୀ ଏବଂ ପୁରୁଷଙ୍କ ସମାଜରେ ସମାନ ଅଧିକାର ଥିବା ସ୍ତ୍ରୀ ସ୍ବାମୀଂକ ଦାସୀ ନୁହେଁ, ତାଂକ ଧର୍ମ ଏବଂ ଜୀବନସଙ୍ଗିନୀ। ଉଭୟଂକ ମର୍ଯାଦା ସମାନ। ସେହି ସମୟର ବହୁବିବାହର ବିରୋଧ କରି ସେ କହିଛନ୍ତି— "ଏକ ନାରୀ ବ୍ରହ୍ମଚାରୀ।"
ପ୍ରଚଳିତ  ହିନ୍ଦୁଧର୍ମରେ ଯେଉଁଠି ମଣିଷକୁ ଭାବବାଦୀ, ଅଳସ, ପରଜୀବୀ, ଶ୍ରମବିମୁଖ ଏବଂ ଶ୍ରମକୁ ହେୟ ଜ୍ଞାନ କରିବା ଶିକ୍ଷା ଦେଇଛି, ସଂସାରକୁ କୁହା ଯାଇଛି ମୁକ୍ତି ପଥର କଣ୍ଟା, ଦାରିଦ୍ର୍ୟକୁ କୁହା ଯାଇଛି ପୂର୍ବଜନ୍ମର ପାପର କିଂବା ଭାଗ୍ୟଚକ୍ରର ଫଳ, ସେଠି ହରିଚାଁଦ ଠାକୁର କହିଛନ୍ତି—
"ଅଳସ ଲୋକେର ତୁଲ୍ୟ ପାପୀ କେହ ନାଇ।"
ଅର୍ଥାତ୍ ଅଳସ ଲୋକ ପରି ପାପୀ ଆଉ ନାହିଁ। ଏହା ଛଡ଼ା ଆହୁରି କହିଛନ୍ତି— "କାଜ କରଲେ କାଜୀ ନା କରଲେ ପାଜି।" ଅର୍ଥାତ୍ ଯିଏ କାମ କରିବା ସିଏ କାଜୀ ଆଉ ନ କଲେ ସେ ଖରାପ ଲୋକ। ତତ୍କାଲୀନ ସମାଜର ବର୍ଣବୈଷମ୍ୟ ସର୍ବସ୍ବ ଜାତପାତ ଓ କୁସଂସ୍କାରର ଜନ୍ମଦାତା ବ୍ରାହ୍ମନ୍ୟବାଦୀ ହିନ୍ଦୁଧର୍ମ ଓ ତାର ଆଚାର ଆଚାରନର ପ୍ରତି ଅବଜ୍ଞା କରି କହିଥିଲେ—
"କୁକୁରେର ଉଚ୍ଛିଷ୍ଟ ପ୍ରସାଦ ପେଲେ ଖାଇ।
ବେଦବିଧି ଶୌଚାଚାର ନାହି ମାନି ତାଇ।।"
ଅର୍ଥାତ୍ କୁକୁର ଖାଇବା ଖାଦ୍ୟ ଖାଇବାକୁ ରାଜି ଅଛି, ତଥାପି ବେଦବିଧି ମାନିବାକୁ ରାଜି ନାହିଁ। ପୁଣି କହିଲେ— 
"ଜୀବେ ଦୟା ନାମେ ରୁଚି ମାନୁଷେତେ ନିଷ୍ଠା।
ଇହା ଛଡ଼ା ଆର ଯତ ସବ କ୍ରିୟା ଭ୍ରଷ୍ଟା।।"
ଅର୍ଥାତ୍ ସମସ୍ତ ଜୀବର ପ୍ରତି ଦୟା ଓ ନାମ (ହରିଚାଁଦର ଆଦର୍ଶ) ପ୍ରତି ରୁଚିଶୀଳ ହୋଇ ମଣିଷର କଲ୍ୟାଣ ପାଇଁ ନିଜକୁ ନିଷ୍ଠାବାନ ହେବା ଛଡ଼ା ଅନ୍ୟ ସବୁ ଆଚାର ଅନୁଷ୍ଠାନ ମିଥ୍ୟା ଓ ନିଷ୍ଫଳ। ସେ ସବୁରେ କୌଣସି ଧର୍ମଲାଭ ହୁଏ ନାହିଁ। ପୁଣି କହିଛନ୍ତି—
"ବ୍ରହ୍ମତ୍ବ ସାଯୁଜ୍ୟ ମୁକ୍ତି କୃଷ୍ଣଭକ୍ତେ ଦଣ୍ଡ।
ହରିନାମେ ପାପକ୍ଷୟ କହେ କୋନ୍ ଭଣ୍ଡ।।"
ଅର୍ଥାତ୍ ପ୍ରକୃତ ଜ୍ଞାନଲାଭ ପାଇଁ ସନ୍ନ୍ୟାସୀ, ବାନପ୍ରସ୍ଥୀ କିଂବା ବ୍ରହ୍ମଚାରୀ ହେବାକୁ ଦରକାର ନାହିଁ। ସଦିଚ୍ଛା ରହିଲେ ଗୃହେ ରହି ସଂସାର ଜୀବନ ଯାପନର ମାଧ୍ୟମରେ ଏହି ମିୟଜ୍ଞାନ ଲାଭ କରା ଜାଏ। ହରିନାମ କରି ପାପକ୍ଷୟ ହୁଏ ବା ମୁକ୍ତିଲାଭ ହୁଏ, ଏହା ଠିକ ନୁହେଁ। ହରିନାମରେ ପ୍ରେମପ୍ରାପ୍ତି ଘଟେ ଓ ଦେହମନ ଶୁଦ୍ଧ ହୁଏ। ସକଳ ମଣିଷକୁ ଆପଣାର ବୋଲି ବୋଧ ହୁଏ।
ହରିଚାଁଦ ଠାକୁର ଓ ମତୁୟାଧର୍ମ ସମ୍ପର୍କରେ ମୋର ସଂକ୍ଷିପ୍ତ ରଚନା ଏଠାରେ ସମାପ୍ତ କରିବି। ହେଲେ କାର ପୂର୍ବରୁ ଆଉ ଗୋଟିଏ ଥର ଜୋର ଦେଇ କହିବାକୁ ଚାହେଁ ଯେ, ମତୁୟାଧର୍ମ ଓ ବୈଦିକ ବା ହିନ୍ଦୁଧର୍ମ ଏକ ନୁହେଁ, ଏହି କଥାଟି ମତୁୟା ଭାଇଭଉନୀମାନେ ସର୍ବାନ୍ତକରଣରେ ମନେ ରଖନ୍ତୁ। ମତୁୟାଧର୍ମ ଓ ବୈଦିକ ଧର୍ମର ମୂଳ ପାର୍ଥକ୍ୟଗୁଡ଼ିକ ସଂକ୍ଷେପରେ ଆଉ ଥରେ ଏଠାରେ ସ୍ମରଣ କରାଇ ଦିୟା ଯାଉଛି।
୧) ବୈଦିକ ଧର୍ମ ଚତୁର୍ବର୍ଣ ପ୍ରଥାରେ ବିଶ୍ବାସୀ। ମତୁୟା ଧର୍ମରେ ବର୍ଣ ନାମରେ ମଣିଷ ଭିତରେ କୌଣସି ବିଭାଗ ନାହିଁ।
୨) ବୈଦିକ ଧର୍ମ ସମଗ୍ର ସମାଜର ଅର୍ଧାଂଶ ନାରୀକୁ ଧର୍ମଶାସ୍ତ୍ର ପାଠ ଓ ସ୍ବାଧୀନ ଭାବରେ ଧର୍ମଚର୍ଚାର ଅଧିକାର ଦେଇ ନାହିଁ। ମତୁୟାଧର୍ମ ନାରୀ ପୁରୁଷ ସକଲଂକୁ ସ୍ବାଧୀନ ଭାବରେ ଧର୍ମଚର୍ଚାର ଅଧୀକାର ସ୍ବୀକାର କରେ।
୩) ବୈଦିକ ଧର୍ମ ଛୁଆଁଛୁଆଁରେ ବିଶଵାସୀ, ଏକ ଅନ୍ୟକୁ ସ୍ପର୍ଶ କଲେ କିଂବା ଅନ୍ୟ ଧର୍ମର ଲୋକଂକ ଗୃହରେ ଆହାର କରିବା ଫଳରେ ହିନ୍ଦୁମାନଂକ ଜାତ ଚାଲି ଯାଏ। ମତୁୟା ଧର୍ମରେ ଛୁଆଁଛୁଆଁର କୌଣସି ସ୍ଥାନ ନାହିଁ।
୪) ବୈଦିକ ଧର୍ମ ବୈଷମ୍ୟମୂଳକ— ସାମ୍ୟ, ମୈତ୍ରୀ, ସ୍ବାଧୀନତା ନାହିଁ। ମତୁୟା ଧର୍ମ ବୈଷମ୍ୟହୀନ— ସମୟ, ମୈତ୍ରୀ, ସ୍ବାଧୀନତାର ଧର୍ମ। 
୫) ବୈଦିକ ଧର୍ମ ବିଶ୍ବାସ କରେ ପୂର୍ବ ଜନ୍ମର ପାପର ଫଳରେ ନିମ୍ନବର୍ଣରେ ଜନ୍ମ ହୁଏ। ମତୁୟାମାନେ ଏ କଥା ବିଶ୍ବାସ କରନ୍ତି ନାହିଁ। ଏହି ଧାରଣା ହୀନମନ୍ୟକାକୁ ସୃଷ୍ଟି କରେ। 
୬) ବୈଦିକଧର୍ମୀମାନେ ବିଶ୍ବାସ କରନ୍ତି ତୀର୍ଥଭ୍ରମଣ ଦ୍ବାରା ପାପ ବିନଷ୍ଟ ହୁଏ। ଗୁରୁଦେବଂକ ଠାରୁ ଦୀକ୍ଷା ନ ନେଲେ ତାଂକ ମୁକ୍ତି ହୁଏ ନାହିଁ। ମତୁୟାଧର୍ମ ଏ କଥା ସ୍ବୀକାର କରେ ନାହିଁ। ହରିଚାଁଦ ଠାକୁର କହିଛନ୍ତି—
"ଦୀକ୍ଷା ନାଇ କରିବେ ନା ତୀର୍ଥପର୍ଯଟନ।
ମୁକ୍ତିସ୍ପୃହା ଶୁନ୍ୟ ନାଇ ସାଧନ ଭାଜନ।।"
୭) ବୈଦିକ ଧର୍ମରେ ଅସଂଖ୍ୟ ଦେବଦେବୀ ପୂଜା ଅଛି। ମତୁୟାଧର୍ମରେ ଦେବଦେବୀ ନାହିଁ, ପୂଜା କରିବା ମଧ୍ୟ ନିଷିଦ୍ଧ।
୮) ବୈଦିକ ଧର୍ମରେ ବହୁବିବାହ ପ୍ରଥା ଅଛି। ମତୁୟା ଧର୍ମରେ ବହୁବିବାହ ପ୍ରଥା ନାହିଁ।
୯) ବୈଦିକ ଧର୍ମରେ ବହୁତ ମନ୍ତ୍ରତନ୍ତ୍ର ଅଛି। ମତୁୟାଧର୍ମରେ କୌଣସି ମନ୍ତ୍ରତନ୍ତ୍ର ନାହିଁ। ମତୁୟାମାନଂକ ଏକ ମନ୍ତ୍ର—— "ହରିବୋଲ"। ଏହି ମନ୍ତ୍ର ଦ୍ବାରା ମତୁୟାମାନଂକ ସମସ୍ତ ଧର୍ମକାର୍ଯ ଓ ଅନୁଷ୍ଠାନ ସୁସମ୍ପନ୍ନ ହୁଏ।
ଜଯ ହରିଚାଁଦ! ଜଯ ଗୁରୁଚାଁଦ!

।। ସମାପ୍ତ ।।

Comments